ETV Bharat / sitara

ପ୍ରଥମଥର ଏକାଠି ହେବେ ସୋନାକ୍ଷୀ-ରିତେଶ, ହରର କମେଡିରେ ଆସିବେ ନଜର

author img

By

Published : Jun 5, 2021, 11:37 AM IST

ରୋନି ସ୍କ୍ରୁୱାଲାଙ୍କ ଆଗାମୀ ଫିଲ୍ମରେ ରୋମାନ୍ସ କରିବେ ରିତେଶ ଓ ସୋନାକ୍ଷୀ । ଯାହାକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଫେମସ ନିର୍ଦ୍ଦେଶକ ରୋନି ସ୍କ୍ରୁୱାଲା ନିଜ ଫ୍ୟାନ୍ସଙ୍କ ପାଇଁ ଖୁବଶୀଘ୍ର ହର କମେଡି ଫିଲ୍ମ ନେଇ ଫେରିବାକୁ ଯାଉଛନ୍ତି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଦର୍ଶକଙ୍କ ଖୁସି ନକହିଲେ ସରେ । କାରଣ ପ୍ରଥମଥର ଏହି ଯୋଡିଙ୍କୁ ପରଦାରେ ଏକାଠି ଦେଖିବାକୁ ଯାଉଛନ୍ତି ସମସ୍ତେ ।

ଖବର ଅନୁଯାୟୀ ଏହି ଫିଲ୍ମର ଥିମ୍ ନିର୍ଦ୍ଦେଶକ ଦିନେଶ ବିଜାନଙ୍କ ‘ସ୍ତ୍ରୀ’ ଓ ‘ରୁହି’ ଥିମକୁ ନେଇ ଆଧାରିତ ହେବ । ହେଲେ ଫିଲ୍ମର କାହାଣୀରେ ବହୁତ କିଛି ନୂଆ ଜିନିଷ ସାମିଲ କରିବେ ମେକର୍ସ ।

ସେହିପରି ଫିଲ୍ମର ସୁଟିଂ ରାଜସ୍ଥାନରେ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଏଯାବତ ଫିଲ୍ମକୁ ନେଇ ଅନ୍ୟ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଯଦି ସୋନାକ୍ଷୀଙ୍କ ବିଷୟରେ କଥା ହେବା ତାହାଲେ ବର୍ତ୍ତମାନ ସେ ଶ୍ରୀ ନାରାୟଣ ସିଂଙ୍କ ଆଗାମୀ ନେଟଫ୍ଲିକ୍ସ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ଯାହା ତାଙ୍କ ଡିଜିଟାଲ ଡେବ୍ୟୁ ହେବାକୁ ଯାଉଛି ।

ସେପଟେ ରିତେଶ ମଧ୍ୟ ନିର୍ଦ୍ଦେଶକ ଶଶାଙ୍କ ଘୋଷଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଉ ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ସେ ଶେଷ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.