ETV Bharat / sitara

ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଶ୍ରଦ୍ଧା - ଇନଷ୍ଟାଗ୍ରାମରେ ଫଟୋ ସେୟାର ଚର୍ଚ୍ଚାରେ ଶ୍ରଦ୍ଧା କପୁର

ଇନଷ୍ଟାଗ୍ରାମରେ ଫଟୋ ସେୟାର ଚର୍ଚ୍ଚାରେ ଶ୍ରଦ୍ଧା କପୁର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରଦ୍ଧା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରଦ୍ଧା କପୁର
author img

By

Published : Jun 5, 2020, 10:05 PM IST

ମୁମ୍ବାଇ: ସୁନ୍ଦରୀ ଶ୍ରଦ୍ଧା କପୁର ଲକଡାଉନରେ ପରିବାର ସହ ଘରେ ସମୟ ବିତାଉଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନା ସବୁବେଳେ କରୁଥିବାର ନଜର ଆସୁଛନ୍ତି । ଏବେ ସେ ବିଶ୍ବ ପରିବେଶ ଦିବସ ଅବସରରେ ପୁଣି ଥରେ ଲୋକଙ୍କୁ ସଚେତନ କରାଇଛନ୍ତି । ପରିବେଶର ସୁରକ୍ଷା ପାଇଁ ସେ ବ୍ୟକ୍ତିଗତ ଭାବେ କେଉଁ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ତମ୍ବା ବୋତଲ, ବ୍ରସ ଏବଂ ବାଲଟି ନଜର ଆସୁଛି । ଏହି ପୋଷ୍ଟ ମାଧ୍ୟମରେ ସେ ଜଣାଇଛନ୍ତି ଯେ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି ନାହିଁ । ଏହା ସହିତ ସେ ଜଳ ସଞ୍ଚୟ କରିବା ପାଇଁ ସାୱାର ପରିବର୍ତ୍ତେ ବାଲଟିରେ ଗାଧୋଇବାକୁ ପସନ୍ଦ କରନ୍ତି । ତାଙ୍କର ଟୁଥ ବ୍ରସ ହ୍ୟାଣ୍ଡଲ ମଧ୍ୟ ପ୍ଲାଷ୍ଟିକ୍ ନୁହେଁ କାଠର । ଏହିପରି ସେ ନିଜକୁ ସଚେତନ ରଖିବା ସହ ପରିବେଶ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି ।

ତାଙ୍କର ଏହି ପଦକ୍ଷେପକୁ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଏଯାବତ ତାଙ୍କ ପୋଷ୍ଟକୁ 5 ଲକ୍ଷ 90 ହଜାର ଲାଇକ ମିଳିସାରିଲାଣି । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.