ETV Bharat / sitara

ସାରାଙ୍କୁ ମନେ ପଡିଲା କାଶ୍ମୀର ଟ୍ରିପ୍‌, ସେୟାର କଲେ ଫଟୋ

author img

By

Published : Apr 16, 2021, 9:43 AM IST

ଭାଇରାଲ ହେଲା ସାରାଙ୍କ କାଶ୍ମୀର ଟ୍ରିପ୍‌ ଫଟୋ । ମା' ଭାଇଙ୍କ ସହ ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିକଟରେ ମା' ଅମୃତା ସିଂ ଓ ଭାଇ ଇବ୍ରାହିମ ଅଲ୍ଲୀଙ୍କ ସହ କାଶ୍ମୀର ଟ୍ରିପରେ ଯାଇଥିଲେ । ଯେଉଁଠାରେ ସେ ଖୁବ୍ ମଜାମସ୍ତି କରୁଥିବାର ନଜର ଆସିଥିଲେ । ଏବେ ସେ ଟ୍ରିପର ଫଟୋ ସେୟାର କରି ଚର୍ଚ୍ଚାରେ । ଭାଇରାଲ ହେବାରେ ଲାଗିଛି ତାଙ୍କ ଫଟୋ ।

‘କେଦାରନାଥ’ ଅଭିନେତ୍ରୀ ଗୁରୁବାର ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ପୃଥିବୀର ସ୍ବର୍ଗ ।’ ଏହି ଫଟୋରେ ସାରା, ଅମୃତା ଓ ଇବ୍ରାହିମଙ୍କୁ ଦେଖିବାକୁ ମିଳୁଛି । କାଶ୍ମୀର ସୌନ୍ଦର୍ଯ୍ୟର କିଛି ଫଟୋ ମଧ୍ୟ ସେ ପୋଷ୍ଟ କରିଛନ୍ତି ।

ଏହାବ୍ୟତୀତ ଯଦି ସାରାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ସେ ଆନନ୍ଦ ଏଲ ରାଏଙ୍କ ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଅତରଙ୍ଗୀ ରେ’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ସାଉଥ ସୁପରଷ୍ଟାର ଧନୁଷ ଓ ଖିଲାଡି ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.