ETV Bharat / sitara

କ’ଣ ସୁଶାନ୍ତଙ୍କ ପାଇଁ ଭାଙ୍ଗିଥିଲା ସାରା-ରିଆଙ୍କ ଫ୍ରେଣ୍ଡଶିପ୍ ? - ସାରା ଅଲ୍ଲୀ ଖାନ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରିଲେସନଶିପ ଚର୍ଚ୍ଚା

ରିଆଙ୍କୁ ପୂର୍ବରୁ ସାରାଙ୍କ ସହ ଲଭ ରିଲେସନରେ ଥିଲେ ସୁଶାନ୍ତ । ସେହିପରି ରିଆଙ୍କ ଖାସ୍ ବନ୍ଧୁ ଥିଲେ ସାରା । ହେଲେ ଦୁଇଜଣଙ୍କ ବନ୍ଧୁତ୍ବ ଖୁବଶୀଘ୍ର ଭାଙ୍ଗି ଯାଇଥିଲା । ଜାଣନ୍ତୁ କାରଣ...

Breaking News
author img

By

Published : Aug 21, 2020, 3:33 PM IST

ମୁମ୍ବାଇ: ସାରା ଅଲ୍ଲୀ ଖାନ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମରେ ଦୁଇଜଣଙ୍କ କେମେଷ୍ଟ୍ରି ଓ ଅଭିନୟ ଦର୍ଶକଙ୍କ ଖୁବ୍ ମନ କିଣିଥିଲା । ହେଲେ ଏବେ ସାରା-ସୁଶାନ୍ତଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ଦୁଇଜଣଙ୍କ ରିସେଲନଶିପ ବିଷୟରେ ସୋସିଆଲ ମିଡିଆରେ ଖୁଲାସା କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା । ଇତିମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳୁଛି ।

କଥାଟି ହେଲା ଯେ ଏକଦା ଏମିତି ସମୟ ଥିଲା ଯେବେ ସାରା ଓ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ପରସ୍ପରର ଭଲ ବନ୍ଧୁ ଥିଲେ । 2017ରେ ଏହି ଦୁଇଜଣଙ୍କକୁ ଅନେକଥର ଏକାଠି ଦେଖିବାକୁ ମିଳିଥିଲା । ଦୁଇଜଣ ପ୍ରାୟତଃ ଏକାଠି ପାର୍ଟି କରୁଥିଲେ, ଜିମ ଯାଉଥିଲେ । ହେଲେ ଏମିତି ସମୟ ଆସିଥିଲା ଯେବେ ଦୁଇଜଣଙ୍କୁ ଆଉ ଏକାଠି ଦେଖିବାକୁ ମିଳିଲାନାହିଁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ଦୁଇଜଣଙ୍କ ବନ୍ଧୁତ୍ବ ଭାଙ୍ଗିବା କଥା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ସାମୁଏଲ । ସେ ଜଣାଇଥିଲେ, ‘ମୁଁ ସୁଶାନ୍ତଙ୍କ ସହ ଥିବା ସମୟରେ ତାଙ୍କ ସହ ବ୍ରେକଅପ କରିଥିଲେ ସାରା । ଏହାର କିଛି ମାସ ପରେ ସୁଶାନ୍ତଙ୍କ ଜୀବନରେ ରିଆ ଆସିଥିଲେ । ହେଲେ ମତେ ସବୁବେଳେ ଲାଗୁଥିଲା ଯେ ସୁଶାନ୍ତ, ସାରାଙ୍କ ସହ ଯେଉଁ ବଣ୍ଡ ସେୟାର କରିଥିଲେ ତାହା ସେ ରିଆଙ୍କ ସହ କରିପାରୁନାହାଁନ୍ତି । କାରଣ ସୁଶାନ୍ତ-ସାରାଙ୍କ ମଧ୍ୟରେ ପରସ୍ପର ପ୍ରତି ସବୁବେଳେ ସମ୍ମାନ ଦେଖିବାକୁ ମିଳୁଥିଲା । ହେଲେ ରିଆଙ୍କ ମନରେ ସୁଶାନ୍ତଙ୍କ ପ୍ରତି ଏମିତି କିଛି ନଥିଲା । ସୁଶାନ୍ତଙ୍କ ସହ ରିଲେସନଶିପରେ ଆସିବା ପରେ ରିଆ, ସାରାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ।’

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.