ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସବୁଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂଙ୍କ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ଏଫଆଇଆର ରୁଜୁ କରିଥିଲେ । ଯାହାକୁ ଆଧାର କରି ରିୟାଙ୍କ ଓକିଲଙ୍କ ତରଫରୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା। ଏହି ଯାଚିକାରେ ରିଆ, ସୁଶାନ୍ତଙ୍କ ପରିବାର ଉପରେ ଅଭିଯୋଗ ମଧ୍ୟ ଲଗାଇଛନ୍ତି ।
ସେ ଅଭିଯୋଗରେ ଲେଖିଛନ୍ତି, ‘ସୁଶାନ୍ତଙ୍କ ସମ୍ପର୍କୀୟ ଯାଞ୍ଚକୁ ପ୍ରଭାବିତ କରୁଛନ୍ତି । ବିହାର ପୋଲିସରେ ଏଫଆଇଆର ରୁଜୁ କରିବା ଏବଂ ଯାଞ୍ଚକୁ ପ୍ରଭାବିତ କରିବା ପଛରେ ସୁଶାନ୍ତଙ୍କ ସମ୍ପର୍କୀୟ ଏଡିଜି ହରିୟାଣା ପୋଲିସଙ୍କର ହାତ ଅଛି।’
ଖାଲି ଏତିକି ନୁହେଁ ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ କ୍ରିଏଟିଭ ମ୍ୟାନେଜର ତଥା ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ତାଙ୍କ ବିରୋଧରେ ବୟାନ ଦେବାକୁ ଚାପ ପକାଯାଉଛି ।
ପ୍ରକାଶ ଥାଉକି ସିଦ୍ଧାର୍ଥ ମଧ୍ୟ ଏକ ଇମେଲ ଜରିଆରେ ମୁମ୍ବାଇ ପୋଲିସକୁ ଏହି ବୟାନ ଦେଇଛନ୍ତି ଯେ ସୁଶାନ୍ତଙ୍କ ପରିବାର ତରଫରୁ ତାଙ୍କୁ ରିୟାଙ୍କ ବିରୋଧରେ କହିବାକୁ ଚାପ ପକାଯାଉଛି ।