ETV Bharat / sitara

ବନ୍ଧୁଙ୍କ ସହ ଫଟୋ ପୋଷ୍ଟ କରି ଏମିତି କହିଲେ ରିଆ

author img

By

Published : Mar 29, 2021, 8:21 AM IST

ଭାଇରାଲ ହେଲା ରିଆଙ୍କ ଥ୍ରୋବ୍ୟାକ ଫଟୋ । ଯାହାକୁ ସେୟାର କରି ବନ୍ଧୁତ୍ବର ପରିଭାଷା ବୁଝାଇଲେ ରିଆ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ଗତ ବର୍ଷଠୁ ସମସ୍ୟା ଘେରରେ ରହିଆସୁଛନ୍ତି ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଅଭିଯୋଗ ତାଙ୍କ ଉପରେ ଲାଗିବା ସହ ବଲିଉଡ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ନାମ ଆସିସାରିଛି । ଯାହା ପାଇଁ ତାଙ୍କୁ ଏକ ମାସ ଜେଲରେ ମଧ୍ୟ ରହିବାକୁ ପଡିଥିଲା । ହେଲେ ଏବେ ଧିରେ ଧିରେ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା ଚଳାଇଛନ୍ତି ସେ । ଆଉ ସୋସିଆଲ ମିଡିଆରେ ମଧ୍ୟ ଆକ୍ଟିଭ ହୋଇଗଲେଣି । ଯାହାର ଝଲକ ରବିବାର ଦେଖିବାକୁ ମିଳିଛ ।

କଥାଟି ହେଲା ଯେ ରବିବାର ସେ ଇନଷ୍ଟାଗ୍ରାମରେ ନିଜ ବନ୍ଧୁ, ନିର୍ମାତା ନିଧି ପରମାର ହିରାନନ୍ଦାନିଙ୍କ ସହ ଏକ ଫଟୋ ସେୟାର କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, ‘ପ୍ରେମ ହେଉଛି ଏକ ଏମିତି ଫ୍ୟାବରିକ୍ ଯାହା କେବେ ଫିକା ପଡେ ନାହିଁ, ତୁମେ ଯେତେଥର ଏହାକୁ ଦୁଃଖର ପାଣିରେ ମଧ୍ୟ ଧୋଇଦିଅ ।’

ପ୍ରକାଶ ଥାଉକି ବର୍ତ୍ତମାନ ଭାଇରାଲ ହେଉଥିବା ରିଆଙ୍କ ଏହି ଫଟୋ ଗତ ବର୍ଷ ଡିସେମ୍ବରର । ଯାହାକୁ ପୂର୍ବରୁ ନିଧି ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.