ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବୟାନ ଉପରେ ବୟାନ ଦେବାରେ ଲାଗିଛନ୍ତି । ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ପରିବାରଠୁ ନେଇ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ଅନେକ କଥା ଖୁଲାସା କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସବୁ ମହଲରେ ଚର୍ଚ୍ଚା । ଇତିମଧ୍ୟରେ ସେ ଆଉ ଏକ ସାକ୍ଷାତକାରରେ ଅଙ୍କିତାଙ୍କ ବିଷୟରେ ଆଶ୍ଚର୍ଯ୍ୟକର କଥା କହିଛନ୍ତି ।
ରିୟା ଦେଇଥିବା ବୟାନରେ ଅଙ୍କିତାଙ୍କୁ ଟାର୍ଗେଟ କରି କହିଥିଲେ, ‘ସୁଶାନ୍ତଙ୍କୁ ଅଙ୍କିତା ଭଲ ପାଉଥିଲେ । ତାହାଲେ ସେ କିପରି ମୋ ଦୁଃଖ କଷ୍ଟ ବୁଝିପାରୁନାହାଁନ୍ତି । ସେ ପାଖାପାଖି ଗତ 4 ବର୍ଷରୁ ସୁଶାନ୍ତଙ୍କ ସହ କଥାବାର୍ତ୍ତା କରିନଥିଲେ । ସେ ସୁଶାନ୍ତଙ୍କ ଘରେ ରହୁଛନ୍ତି । ଆଉ ସେ ସେୟାର କରିଥିବା ପେମେଣ୍ଟ ଫଟୋରେ ଅଧା ଜିନିଷ ଦେଖାଇଥିଲେ । ଅନ୍ୟ ଭାଗ ସେ କାହାରିକୁ ଦେଖାଇନାହାଁନ୍ତି । ଅଙ୍କିତା ବର୍ତ୍ତମାନ କେତେ ସହଜରେ ସୁଶାନ୍ତଙ୍କ ବିଧବା ରୂପ ନେଇଛନ୍ତି । ହେଲେ ଏବେ ସେ ଅନ୍ୟ କାହା ସହ ରିଲେସନଶିପରେ ମଧ୍ୟ ଅଛନ୍ତି । ଯିଏ ସୁଶାନ୍ତ ଓ ଅଙ୍କିତାଙ୍କ ବନ୍ଧୁ ବିକ୍କୀ ଜୈନ ଥିଲେ । ସୁଶାନ୍ତଙ୍କ ଗୋଟିଏ ଫଟୋ ମଧ୍ୟ ଅଙ୍କିତାଙ୍କ ବୟଫ୍ରେଣ୍ଡ ସହ ଅଛି ।’