ETV Bharat / sitara

ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ, ଟ୍ରୋଲ ହେଲେ ରିଆ - ରିଆଙ୍କୁ ପୁଣି ସୋସିଆଲ ମିଡିଆରେ ହେବାକୁ ପଡୁଛି ହଟହଟା

ରିଆଙ୍କୁ ପୁଣି ସୋସିଆଲ ମିଡିଆରେ ହେବାକୁ ପଡୁଛି ହଟହଟା । ସୁପ୍ରିମକୋର୍ଟର ଶୁଣାଣି ପରେ ତାଙ୍କ ପୁରୁଣା ପୋଷ୍ଟକୁ ନେଇ ମିମି ତିଆରି କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Aug 19, 2020, 6:11 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟର ଏହି ନିଷ୍ପତ୍ତିରେ ସୁଶାନ୍ତଙ୍କ ପରିବାର ସହ ତାଙ୍କ ଫ୍ୟାନ୍ସ ଓ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ଖୁସି ଜାହିର କରିଛନ୍ତି । ହେଲେ ଏହି ମାମଲାରେ ବର୍ତ୍ତମାନ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଟ୍ରୋଲ ହେବାରେ ଲାଗିଛନ୍ତି । କଥାଟି ହେଲା ଯେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପର୍ଯ୍ୟନ୍ତ ରିଆ ସୋସିଆଲ ମିଡିଆରେ ତାଙ୍କ ପାଇଁ କିଛି ପୋଷ୍ଟ କରିନଥିଲେ ।

ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପୂରଣ ହେବା ପରେ ସେ ଏକ ଇମୋସନାଲ ପୋଷ୍ଟ କରିଥିଲେ । ଏହାବ୍ୟତୀତ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଅପିଲ କରି ଆଉ ଏକ ପୋଷ୍ଟ କରିଥିଲେ । ନିକଟରେ ଯେତେବେଳେ ସୁଶାନ୍ତଙ୍କ ପିତା କେକେ ସିଂ ଏଫଆଇଆର ରୁଜୁ କରିଥିଲେ । ସେହି ସମୟରେ ରିଆ ଚାହୁଁନଥିଲେ ସିବିଆଇକୁ ଯାଞ୍ଚ ହସ୍ତାନ୍ତର ହେଉ ବୋଲି । ସେ ବିହାରରେ ରୁଜୁ ହୋଇଥିବା ଏଫଆଇଆରକୁ ମୁମ୍ବାଇ ଟ୍ରାନ୍ସଫର କରିବାକୁ ଯାଚିକା ଦାୟକ କରିଥିଲେ । ଯାହାକୁ ସୁପ୍ରମିକୋର୍ଟ ଖଣ୍ଡନ କରିଛନ୍ତି ।

ଏହାକୁ ଆଧାର କରି ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ସୋସିଆଲ ମିଡିଆରେ ରିଆଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ଖାଲି ଏତିକି ନୁହେଁ ବର୍ତ୍ତମାନ ଟ୍ବିଟରରେ ରିଆଙ୍କ ମିମି ମଧ୍ୟ ଘୁରିବୁଲୁଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.