ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସାମ୍ନାକୁ ଆସି ବୟାନ ଉପରେ ବୟାନ ଦେଇସାରିଲେଣି । ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ସହ ନିଜ ରିଲେସନଶିପ, ସୁଶାନ୍ତଙ୍କ ପରିବାର ଓ ଭଉଣୀଙ୍କ ବିଷୟରେ ଆଲୋଚନା କରିଥିଲେ । ଏହାସହ ସେ ସୁଶାନ୍ତଙ୍କ ବଡ ଭଉଣୀ ପ୍ରିୟଙ୍କା ସିଂଙ୍କୁ ନେଇ ଆପତ୍ତିଜନକ ଅଭିଯୋଗ ମଧ୍ୟ ଲଗାଇଛନ୍ତି ।
ସେ ଜଣାଇଥିଲେ ଯେ ପ୍ରିୟଙ୍କା ଏକଦା ମଦ ପିଇ ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଯିଏ ଜଣ ପେଶାରେ ଓକିଲ । ସେ ଦିଲ୍ଲୀରେ ସ୍ବାମୀ ସିଦ୍ଧାର୍ଥ ତନୱରଙ୍କ ସହ ରହୁଛନ୍ତି । ପ୍ରିୟଙ୍କା ଓ ସିଦ୍ଧାର୍ଥଙ୍କ ଦିଲ୍ଲୀର ନାରାୟଣାରେ ଅଫିସ ମଧ୍ୟ ଅଛି ।
ରିୟାଙ୍କ ତାଙ୍କ ଉପରେ ଏହି ଅଭିଯୋଗ ଲଗାଇଥିଲେ କି ସେ ତାଙ୍କ ସହ ଦୁର୍ବ୍ୟବହାର କରିବାରୁ ସେ ସେହି ରାତିରେ ସୁଶାନ୍ତଙ୍କ ଘର ଛାଡି ନିଜ ସୁଟିଂ ପାଇଁ ଚାଲିଯାଇଥିଲେ । ଯାହାପରେ ସୁଶାନ୍ତ ତାଙ୍କୁ କଲ କରି ଘର ଛାଡି ଚାଲିଯିବା କଥା ପଚାରିଥିଲେ। ସେ ତାଙ୍କୁ ପ୍ରିୟଙ୍କାଙ୍କ ସେହି ବ୍ୟବହାର କଥା ଜଣାଇଥିଲେ । ଏହାପରେ ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଯାହାର ମେସେଜ ତାଙ୍କ ପାଖରେ ଅଛି ।