ETV Bharat / sitara

ସୁଶାନ୍ତ ସିଂ ମାମଲା: ଇଡି ଅଫିସରେ ପହଞ୍ଚିଲେ ରିୟା

author img

By

Published : Aug 7, 2020, 12:43 PM IST

ସୁଶାନ୍ତଙ୍କ ପିତା ନିକଟରେ ଅଭିନେତ୍ରୀ ରିୟାଙ୍କ ଉପରେ ମନି ଲଣ୍ଡରିଂ ଭଳି ଅଭିଯୋଗ ଲଗାଇ ଏଫଆଇଆର ବିହାରରେ ରୁଜୁ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଇଡି ଆଜି ରିଆଙ୍କ ବୟାନ ରେକର୍ଡ କରିବେ ।

ଫଟୋ ସୌଜନ୍ୟ: ଇନଶ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ
ଫଟୋ ସୌଜନ୍ୟ: ଇନଶ୍ଟାଗ୍ରାମ@ରିଆ ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ ବୟାନ ରେକର୍ଡ କରାଇବାକୁ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ମୁମ୍ବାଇ ସ୍ଥିତ ଇଡି ଅଫିସରେ ପହଞ୍ଚିଛନ୍ତି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିୟାଙ୍କୁ ପଚରାଉଚରା କରିବ । ସୁଶାନ୍ତଙ୍କର କେତେ ଟଙ୍କା ସେ ଖର୍ଚ୍ଚ କରିଥିଲେ ତା ଉପରେ ମଧ୍ୟ ପଚରାଯିବ। ସେପଟେ ରିୟା ଇଡିର ପ୍ରଶ୍ନରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟ ଶୁଣାଣି ପର୍ଯ୍ୟନ୍ତ ସମୟ ମାଗିଥିଲେ।

ତାଙ୍କ ଓକିଲ ସତୀଶ ମନୋସିନ୍ଦେ କହିଥିଲେ ଯେ ସୁଶାନ୍ତଙ୍କ କେସରେ ରିୟା ଅନୁରୋଧ କରିଥିଲେ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମ୍ନାରେ ନିଜ ବୟାନ ରେକର୍ଡିଂ ସୁପ୍ରିମକୋର୍ଟର ଶୁଣାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ।

ପ୍ରକାଶ ଥାଉକି ସୁଶାନ୍ତଙ୍କ କେସରେ ପଚରାଉଚରା ପାଇଁ ଇଡି ରିୟାଙ୍କୁ 7 ତାରିଖରେ ଉପସ୍ଥିତ ହେବାକୁ ନୋଟିସ୍ ପଠାଇଥିଲେ । ମନି ଲଣ୍ଡରିଂ କେସରେ ବର୍ତ୍ତମାନ ରିୟାଙ୍କ ସମ୍ପତ୍ତିର ତନାଘନ ତଦନ୍ତ କରୁଛି ଇଡି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.