ମୁମ୍ବାଇ: ଛୋଟ ପରଦାରେ ଅଧିକ ଟିଆରପି ସଂଗ୍ରହ କରିଥିବା ଡ୍ୟାନ୍ସ ରିୟାଲିଟି ଶୋ 'ଡ୍ୟାନ୍ସ ଦିୱାନେ' ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି। ଗୋଟିଏ ପଟେ ଏହି ଶୋରେ ପ୍ରତିଭାଶାଳୀ ପ୍ରତିଯୋଗୀ ସେମାନଙ୍କର ଜବରଦସ୍ତ ଡ୍ୟାନ୍ସ ସହିତ ସମସ୍ତଙ୍କ ହୃଦୟ ଜିତୁଥିବା ଦେଖିବାକୁ ମିଳୁଛି ତ ଅନ୍ୟପଟେ ଜଜ୍ ଶୋରେ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି । ଦର୍ଶକ ଏହି ଶୋ ସମ୍ପୃକ୍ତ ସବୁ ଜିନିଷ ଜାଣିବାକୁ ନେଇ ଉତ୍ସାହିତ ରୁହନ୍ତି । ଇତିମଧ୍ୟରେ ଜାରି ହୋଇଯାଇଛି ନୂଆ ଏପିସୋଡର ପ୍ରୋମୋ ଭିଡିଓ । ଯେଉଁଥିରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଜଲୱା ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ କଲର୍ସ ଚ୍ୟାନେଲ ତରଫରୁ ଇନଷ୍ଟାଗ୍ରାମରେ ଏହି ପ୍ରୋମୋ ଭିଡିଓ ସେୟାର କରିଛି । ଯେଉଁଥିରେ ରବୀନା ଟଣ୍ଡନ ଲୋକପ୍ରିୟ ଗୀତ ଟିପ୍ ଟିପ୍ ବରଷେ ପାନିରେ ଡ୍ୟାନ୍ସ କରୁଥିବାର ନଜର ଆସୁନ୍ତି ।
ସେ 27 ବର୍ଷ ପରେ ଏହି ଗୀତରେ ପୁଣିଥରେ ଡ୍ୟାନ୍ସ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛି । ପ୍ରୋମୋ ଦେଖିବାକୁ ପାରେ ଲାଗୁଛି ଯେ ଏଥର 'ଡ୍ୟାନ୍ସ ଦିୱାନେ' ଏସିପୋଡରେ ଖୁବ୍ ମଜାଦାର ହେବାକୁ ଯାଉଛି ।