ମୁମ୍ବାଇ: ନିର୍ମାତା, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ହିଟ୍ ଫିଲ୍ମ ‘ବ୍ଲାକ’ ରିଲିଜକୁ ଗୁରୁବାର 16 ବର୍ଷ ପୂରଣ ହୋଇଛି । ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଜବରଦସ୍ତ ଅଭିନୟ କରିଥିଲେ ରାନୀ ମୁର୍ଖାଜୀ । ଜଣେ ଦୃଷ୍ଟିବାଧିତ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ ରାନୀ । 2005 ଫେବୃଆରୀ 4ରେ ରିଲିଜ ଫିଲ୍ମ ।
16 ବର୍ଷ ପୂରଣ ଅବସରରେ ମନ କଥା କହିଛନ୍ତି ରାନୀ, ‘ପ୍ରଥମେ ଯେତେବେଳେ ସଞ୍ଜୟ ମୋତେ ଏହି ଭୂମିକା ଅଫର କରିଥିଲେ ସେତେବେଳେ ମୁଁ ଫିଲ୍ମ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲି। ଫିଲ୍ମ କିମ୍ବା ଚରିତ୍ର ବିଷୟରେ ମୋର କୌଣସି ସନ୍ଦେହ ଥିବାରୁ ନୁହେଁ, କାରଣ ଭଂସାଲୀଙ୍କ ସହ କାମ କରିବା ସବୁ କଳାକାର ସ୍ବପ୍ନ ଦେଖନ୍ତି । ଦେବଦାସ ଦେଖିବା ପରେ ମୁଁ ତାଙ୍କ କାମର ବହୁତ ପ୍ରଶଂସା କରିଥିଲି । ତେଣୁ ତାଙ୍କ ସହ କାମ କରିବାର ସୁଯୋଗ ପାଇବା ମୋ ପାଇଁ ବହୁତ ଗର୍ବର କଥା ଥିଲା । ତଥାପି, ଜଣେ ଅଭିନେତ୍ରୀ ଭାବରେ ମୋର ବିଶ୍ବାସ ନଥିଲି ଯେ ସଞ୍ଜୟ ମୋତେ ଯେଉଁ ଭୂମିକା ଦେଉଥିଲେ ମୁଁ ସେହି ଭୂମିକାରେ ଭଲ ଅଭିନୟ କରି ପାରିବି ବୋଲି । ମୁଁ ସଞ୍ଜୟଙ୍କ ସହିତ ଏହି ବିଷୟରେ ଆଲୋଚନା କରି ତାଙ୍କୁ ପଚାରିଲି ତୁମେ ନିଶ୍ଚିତ କି ତୁମେ ମୋତେ ଏହି ଭୂମିକା କରିବାକୁ କହୁଛ, ମୁଁ ଭାବୁଛି ଏହା ଏକ ବହୁତ କଠିନ ଅଂଶ, ଯାହା ମୁଁ ମୋ ଜୀବନରେ କେବେ ବି ଭାବି ନଥିଲି ।’
ଏହାବ୍ୟତୀତ ସେ ଜଣାଇଛନ୍ତି ସଞ୍ଜୟଙ୍କ ବିଶ୍ବାସ ତାଙ୍କ ଉପରେ ଥିବାରୁ ସେ ଫିଲ୍ମରେ ଭଲ ଅଭିନୟ କରିପାରିଥିଲେ । ଯାହା ସୁପରହିଟ୍ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ପରିଚୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ