ETV Bharat / sitara

ସ୍ବିମିଂ ଶିଖୁଛନ୍ତି ରାଧିକା

author img

By

Published : Nov 16, 2020, 12:37 PM IST

ଖୁବଶୀଘ୍ର ଫିଲ୍ମ ‘ଶିଦତ’ରେ ନଜର ଆସିବେ ରାଧିକା । ଏଥର ସେ ଫିଲ୍ମରେ ସାଜିଛନ୍ତି ସ୍ବିମର । ନିଜ ରୋଲକୁ ନେଇ କହିଲେ ଅନେକ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ

ମୁମ୍ବାଇ: ଅଭିନେତ୍ରୀ ରାଧିକା ମଦାନ ଫିଲ୍ମରେ ନିଜ ଦମଦାର ଅନ୍ଦାଜ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଆସୁଛନ୍ତି । ଶେଷଥର ସେ ଇରଫାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ରେ ନଜର ଆସିଥିଲେ । ଫିଲ୍ମରେ ଇରଫାନଙ୍କ ଝିଅ ସାଜିଥିଲେ ସେ । ସେହିପରି 2018ରେ ଆସିଥିବା ଫିଲ୍ମ ‘ପଟାଖା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଇତିଧମ୍ୟରେ ସେ ନିଜର ଅପକମିଂ ଫିଲ୍ମ ‘ଶିଦତ’ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ଫିଲ୍ମ ପାଇଁ ସେ ବର୍ତ୍ତମାନ ସ୍ବମିଂ ଟ୍ରେନିଂ ନେଉଛନ୍ତି ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଛନ୍ତି, ‘ମୁଁ ଏଥର ଏମିତି ଭୂମିକାରେ ଅଭିନୟ କରିବାକୁ ଯାଉଛି, ଯାହା କେବେ ମଧ୍ୟ ପୂର୍ବରୁ କରିନାହିଁ । ମୁଁ ଏକାଭଳି ରୋଲ ପରଦାରେ ବାରମ୍ବାର କରିବାକୁ ଭଲ ପାଏନାହିଁ । ଜଣେ କଳାକାର ରୂପେ ଚ୍ୟାଲେଞ୍ଜଭରା ରୋଲ କରିବା ନିହାତି ଦରକାର । ମୋର ଆଗାମୀ ଫିଲ୍ମ ଶିଦତରେ ମୁଁ ଜଣେ ସ୍ବିମର ଭୂମିକାରେ ଦେଖାଯିବି । ସତ କହିବାକୁ ଗଲେ ମୁଁ ସ୍ବିମିଂ ଜାଣିନାହିଁ । ହେଲେ ଫିଲ୍ମ ପାଇଁ ମତେ ବର୍ତ୍ତମାନ ଏହାର କଡା ଟ୍ରେନିଂ ନେବାକୁ ପଡୁଛି । ଗତ 4-5 ମାସରୁ ମୁଁ ନିୟମିତ ସ୍ବିମିଂ ଶିଖିଆସୁଛି । ମୁଁ ଚାହୁଁଛି ନୂଆ କିଛି କରିବାକୁ । ମୁଁ କଦାପି ଚାହୁଁନି ଦର୍ଶକ ମତେ ଗୋଟିଏ ବକ୍ସରେ ରଖିଦିଅନ୍ତୁ ।’

ପ୍ରକାଶ ଥାଉକି ଶିଦତରେ ରାଧିକାଙ୍କ ସହ ନଜର ଆସିବେ ମୋହିତ ରୈଣା, ଡାଇନା ପେଣ୍ଟି ଓ ସନ୍ନି କୌଶଲ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ କୁନାଲ ଦେଶମୁଖ । ଯିଏ ‘ଜନ୍ନତ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.