ମୁମ୍ବାଇ: ରାଧିକା ଆପ୍ଟେ ହେଉଛନ୍ତି ବଲିଉଡର ବିନ୍ଦାସ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ଦମଦାର ଭୂମିକାରେ ଅଭିନୟ କରିସାରିଛନ୍ତି । ଇତିମଧ୍ୟରେ ତାଙ୍କୁ ନେଇ କିଛି ଦିନରୁ ଭିନ୍ନ ଚର୍ଚ୍ଚା । ତାଙ୍କ ନ୍ୟୁଡ ଭିଡିଓ ଲିକ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ଯାହା ପାଇଁ ତାଙ୍କୁ ଟ୍ରୋଲର ହେବାକୁ ପଡୁଛି । ସେପଟେ ଅଭିନେତ୍ରୀ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ଜଣାଇଥିଲେ ଯେ ଭାଇରାଲ ହେଉଥିବା ତାଙ୍କ ନ୍ୟୁଡ ଭିଡିଓର ପ୍ରଭାବ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡିଥିଲା । ଡ୍ରାଇଭରଠୁ ନେଇ ୱାଚମ୍ୟାନ ପର୍ଯ୍ୟନ୍ତ ସମସ୍ତଙ୍କ ତାଙ୍କୁ ଭିଡିଓରେ ଚିହ୍ନି ଦେଇଥିଲେ । ଯାହା ତାଙ୍କ ପାଇଁ ସହଜ କଥା ନଥିଲା ।
ସେ ଆହୁରି କହିଥିଲେ, ‘ଯେତେବେଳେ ‘କ୍ଲିନ୍ ସେଭ୍’ର ସୁଟିଂ ସମୟରେ ଏକ ନ୍ୟୁଡ କ୍ଲିପ୍ ଲିକ ହେଲା, ମୋତେ ଖୁବ୍ ଟ୍ରୋଲ କରାଯାଇଥିଲା ଏବଂ ଏହା ମୋତେ ପ୍ରଭାବିତ କରିଥିଲା । ଗଣମାଧ୍ୟମରେ ଯାହା କୁହାଯାଉଥିଲା ସେଥିପାଇଁ ମୁଁ ଚାରି ଦିନ ଧରି ଘରୁ ବାହାରି ପାରିନଥିଲି । ସେପଟେ ମୋର ଡ୍ରାଇଭର, ୱାଚମ୍ୟାନ୍ ଏବଂ ମୋ ଷ୍ଟାଇଲିଷ୍ଟ ମୋତେ ଭିଡିଓରେ ଚିହ୍ନି ପାରିଥିଲେ । ପରେ ମୁଁ ଏହାକୁ ଅଣଦେଖା କରିଥିଲି । କାରଣ ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବା ଆପଣଙ୍କ ସମୟ ନଷ୍ଟ କଲା ଭଳି । ତେଣୁ ଯେତେବେଳେ ମତେ ପାଚର୍ଡ ଫିଲ୍ମ ପାଇଁ ପୋଷାକ ଖୋଲିବାକୁ ମେକର୍ସ କହିଥିଲେ ସେତେବେଳେ ମୁଁ ଅନୁଭବ କଲି ଯେ ଲୁଚାଇବାକୁ କିଛି ନାହିଁ । ପରଦାରେ ନ୍ୟୁଡ ହେବା ସହଜ କଥା ନୁହେଁ । ହେଲେ ଅଭିନୟ କ୍ଷେତ୍ରରେ ଏହା କରିବା ଜଣେ କଳାକାରର କାମ । ଏଥିପାଇଁ ମତେ ନ୍ୟୁଡ ସିନ ଦେବାରେ କୌଣସି ଅସୁବିଧା ନଥିଲା । ’