ଲସ୍ ଆଞ୍ଜେଲସ୍: ଫେମସ ସେଲିବ୍ରିଟି କପଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବିଲବୋର୍ଡ ମ୍ୟୁଜିକ୍ ପୁରସ୍କାର 2021ରେ ଯୋଗ ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଶୋ ରବିବାର ରାତିରେ ଲସ୍ ଆଞ୍ଜେଲସ୍ରେ ଆୟୋଜିତ ହୋଇଥିଲା । ପ୍ରିୟଙ୍କା ସ୍ବାମୀ ନିକଙ୍କ ସହ ରେଡ କାର୍ପେଟରେ ନିଜ ଜଲୱା ଦେଖାଇଥିଲେ ।
ଏବେ ତାଙ୍କ ରେଡ କାର୍ପେଟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ନ୍ୟୁଡ କଲରର ସିମରି ହାଇ-ଥାଇ ସ୍ଲିଟ ଆଉଟଫିଟ୍ରେ ନଜର ଆସୁଛନ୍ତି । ସେପଟେ ନିଜ ଗ୍ରୀନ କଲର ପ୍ୟାଣ୍ଟ ଓ ଜ୍ୟାକେଟ ପିନ୍ଧିଥିବାର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ପ୍ରିୟଙ୍କା କ୍ରମାଗତ ଭାବେ ଦେଶବାସୀଙ୍କ ସେବାରେ ଲାଗିଛନ୍ତି । ନିକଟରେ ସେ ସ୍ବାମୀ ନିକ ଜୋନସଙ୍କ ସହ ମିଶି ‘ଇଣ୍ଡିଆ ନିଡ୍ସ ଆୱାର ହେଲ୍ଫ’ ଅଭିଯାନ ଆରମ୍ଭ କରିଥିଲେ। କିଛି ଦିନରୁ ସେ ଏହି ଅଭିଯାନ ଜରିଆରେ ଟଙ୍କା ସଂଗ୍ରହ କରିବାରେ ଲାଗିଛନ୍ତି । ଏଯାବତ ସେ 22 କୋଟି ସଂଗ୍ରହ କରିସାରିଲେଣି । ଯାହାକୁ ସେ କୋରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ଏବଂ ଅନ୍ୟ କାମରେ ବ୍ୟବହାର କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ