ETV Bharat / sitara

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ନିକ ଜୋନସ - ଆହତ ହୋଇଥିଲେ ନିକ ଜୋନସ

ଦୁଇ ଦିନ ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନିକ । ନିକଟରେ ହୋଇଥିଲେ ଆହତ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 18, 2021, 7:04 AM IST

ମୁମ୍ବାଇ: ସାମ୍ନାକୁ ଆସିଲା ଖୁସି ଖବର । ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଆମେରିକାର ପପ ସିଙ୍ଗର ନିକ ଜୋନସଙ୍କ ଫ୍ୟାନ୍ସ ଗୁଡନ୍ୟୁଜ। କାରଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନିକ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁଟିଂ କରୁଥିବା ସମୟରେ ତାଙ୍କୁ ଆଘାତ ଲାଗିଥିଲା ।

କଥାଟି ହେଲା ଯେ ଶନିବାର ନିଜର ଆଗାମୀ ପ୍ରୋଜେକ୍ଟର ସୁଟିଂ କରୁଥିବା ବେଳେ ହଠାତ୍ ତାଙ୍କୁ ଆଘାତ ଲାଗିଥିଲା । ସୂଚନା ଅନୁଯାୟୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଘାତ ଲାଗିବା ଘଟଣାକୁ ଏଯାବତ ଗୋପନୀୟ ରଖାଯାଇଛି।

ସେପଟେ ପ୍ରିୟଙ୍କା ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ପ୍ରକାଶ ଥାଉକି ନିକ ଏବଂ ପ୍ରିୟଙ୍କା ମିଶି ‘ଇଣ୍ଡିଆ ନିଡ୍ସ ଆୱାର ହେଲ୍’ ଅଭିଯାନ ଜରିଆରେ ଭାରତକୁ ସହଯୋଗର ହାତ ବଢାଇଛନ୍ତି । ଯାହାଦ୍ବାରା ଟଙ୍କା ଏକଜୁଟ କରି ଭାରତକୁ ସାହାଯ୍ୟ କରିପାରିବେ । ଏହାବ୍ୟତୀତ ଏହି ଯୋଡି ପ୍ରାୟତଃ ସୋସିଆଲ ମିଡିଆରେ ଭାରତକୁ ସାହାଯ୍ୟ କରିବା ପାଇଁ ଅନ୍ୟ ଦେଶକୁ ଅନୁରୋଧ କରୁଥିବାର ନଜର ଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.