ମୁମ୍ବାଇ: ଫ୍ୟାନ୍ସଙ୍କ ଫେଭରେଟ କପଲ ମଧ୍ୟରେ ଅନ୍ୟତମ ନିକ୍ୟାଙ୍କା ତଥା ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ । ଏହି ଯୋଡିଙ୍କ ପ୍ରେମ ପ୍ରାୟତଃ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଯାହାକୁ ଦେଖିବାକୁ ସବୁବେଳେ ଅପେକ୍ଷା କରିଥାଆନ୍ତି ସମସ୍ତେ । ଏବେ ପୁଣିଥରେ ସ୍ବାମୀଙ୍କ ପାଇଁ ପ୍ରେମ ପ୍ରକାଶ କରିଛନ୍ତି ପିସି । ଭାଇରାଲ ହେଉଛି ତାଙ୍କ ଏହି ରୋମାଣ୍ଟିକ ପୋଷ୍ଟ ।
- " class="align-text-top noRightClick twitterSection" data="
">
ସେ ବୁଧବାର ଇନଷ୍ଟାଗ୍ରାମରେ ନିକଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ, ‘ମୋ ଲିପଷ୍ଟିକ୍ ଦାଗ ଫିକା ପଡିଲାଣି, ମୁଁ ତୁମକୁ ବହୁତ ମିସ୍ କରୁଛି ।’ ସେହିପରି ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ନିକଙ୍କ ମୁଣ୍ଡରେ ପ୍ରିୟଙ୍କାଙ୍କ ଲିପଷ୍ଟିକ୍ ଦାଗ ।
ଏହା ବ୍ୟତୀତ ଯଦି ଏହି ଯୋଡିଙ୍କ ବିଷୟରେ କଥା ହେବା ତାହେଲେ କୋରୋନା ସଙ୍କଟରେ ଦେଶବାସୀଙ୍କ ସେବା ପାଇଁ ଏକ ଅଭିଯାନ ସହ ସମ୍ପୃକ୍ତ ହୋଇ ଟଙ୍କା ସଂଗ୍ରହ କରୁଛନ୍ତି । ‘ଗିଭ ଇଣ୍ଡିଆ’ ଅଭିଯାନ ଜରିଆରେ ଦେଶବାସୀଙ୍କ ସେବା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି ପ୍ରିୟଙ୍କା ଓ ନିକ । ଏଯାବତ ଏହି ଯୋଡି 22 କୋଟି ଟଙ୍କାରୁ ଅଧିକ ପାଣ୍ଠି ସଂଗ୍ରହ କରିସାରିଲେଣି ।