ମୁମ୍ବାଇ: ଖୁବଶୀଘ୍ର ଦୁଇ ଦୁଇଟି ହଲିଉଡ ଫିଲ୍ମରେ ନେଇ ପରଦାକୁ ଫେରିବାକୁ ଯାଉଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଏହାବ୍ୟତୀତ ସେ ନିଜ ସୋସିଆଲ ମିଡିଆରେ ପ୍ରାୟତଃ ଫ୍ୟାନ୍ସଙ୍କ ପାଇଁ କିଛି ନାଁ କିଛି ପୋଷ୍ଟ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ଏଥର ଏମିତି କିଛି ଦେଖିବାକୁ ମିଳିଛି । ଯେଉଁଥିରେ ସେ ନିଜକୁ ସ୍ପେଶାଲ ଅନ୍ଦାଜରେ ଦର୍ଶାଇଛନ୍ତି ।
- " class="align-text-top noRightClick twitterSection" data="
">
ରବିବାର ସେ ଇନଷ୍ଟାଗ୍ରାମରେ ନିଜ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ଡେ ଡ୍ରିମର ନାଇଟ୍ ଥିଙ୍କର୍ ।’ ଯେଉଁଥିରେ ତାଙ୍କ ସେକ୍ସୀ ଲୁକ ଦେଖିବାକୁ ମିଳୁଛି । ହ୍ବାଇଟ ଆଉଟଫିଟ୍ରେ କ୍ୟାମେରାକୁ ଅନାଇ ଥିବାର ଆସୁଛନ୍ତି ନଜର ।
ପ୍ରକାଶ ଥାଉକି ନିକଟରେ ସେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଆଲୋଚନା କରି ନିଜ ମନ କଥା ସମସ୍ତଙ୍କୁ ଜଣାଇଥିଲେ । ଏହାସହ ସେ ଅଭିନେତା ଦିଲଜିତ ଦୋସାଞ୍ଝଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲେ । ଯଦି ତାଙ୍କ ହଲିଉଡ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଟେକ୍ସ ଫର୍ ୟୁ’ରେ ଦେଖାଯିବେ ।
ଫିଲ୍ମରେ ସେ ଜଣେ ଏମିତି ମହିଳା ଭୂମିକାରେ ଅଭିନୟ କରୁଛନ୍ତି ଯିଏ ନିଜ ପ୍ରେମିକଙ୍କୁ ହରାଇଛନ୍ତି । ଆଉ ନିଜ ପ୍ରେମିକଙ୍କ ପୁରୁଣା ନମ୍ବରକୁ କ୍ରମାଗତ ଭାବେ ବାର୍ତ୍ତା ପଠାଇବାକୁ ଚେଷ୍ଟା କରି ସେ ସହରର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଯୋଡି ହୋଇଯାଆନ୍ତି, ଯିଏ ପ୍ରେମରେ ପୂର୍ବରୁ ଧୋକା ଖାଇଥିବେ ।