ETV Bharat / sitara

‘ସଡକ 2’ ପାଇଁ ଟ୍ରୋଲ ପୂଜା

author img

By

Published : Jul 7, 2020, 8:04 PM IST

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଟ୍ରୋଲର୍ସଙ୍କ ଶିକାର ପୂଜା ଭଟ୍ଟ । ସେ ଦୀର୍ଘ ସମୟ ପରେ ‘ସଡକ 2’ ଜରିଆରେ ବଲିଉଡକୁ କମବ୍ୟାକ କରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ଭଟ୍ଟ

ମୁମ୍ବାଇ: ଅଭିନେତ୍ରୀ ଓ ଫିଲ୍ମ ନିର୍ମାତା ପୂଜା ଭଟ୍ଟ ସୋମବାର ଘୋଷଣା କରିଥିଲେ ଯେ ତାଙ୍କ ଆଗାମୀ ଫିଲ୍ମ ‘ସଡକ 2’ର ଫାଇନଲ ଏଡିଟ ଶେଷ ହୋଇଯାଇଛି । ହେଲେ ଏହାପରେ ତାଙ୍କୁ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି । ବର୍ତ୍ତମାନ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି ।

ପୂଜା ଜଣେ କୁନି ଝିଅର ଏକ ମଜାଦାର ମିମି ଭିଡିଓ ସେୟାର କରି ଲେଖିଥିଲେ, ‘ହ୍ୟାଶଟ୍ୟାଗସଡକ2 ଫାଇନାଲ ଏଡିଟ ହୋଇସାରିଛି । ସବୁ ପ୍ରମୁଖ ବିଭାଗକୁ ବଣ୍ଟନ କରିବାକୁ ପ୍ରସ୍ତୁତ ।’

ତାଙ୍କର ଏହି ପୋଷ୍ଟକୁ ଆଧାର କରି ଜଣେ ୟୁଜର ଲେଖିଛନ୍ତି, ‘ଏହି ଫିଲ୍ମ କେହି ଦେଖିବେ ନାହିଁ । କେବଳ କହୁଛି ।’ ସେହିପରି ଅନ୍ୟ ୟୁଜର ଲେଖିଛନ୍ତି, ‘ଫିଲ୍ମ ଫ୍ଲପ ହୋଇଯାଇଛି । ଏହି ଫିଲ୍ମ ଜରିଆରେ ପରିବାରବାଦ ପୁଣି ବଲିଉଡରେ ଦେଖିବାକୁ ମିଳିବ । ହ୍ୟାଶଟ୍ୟାଗବୟକଟସଡକ 2’

ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁରେ କ୍ରୋଧିତ ଥିବା ଫ୍ୟାନ୍ସ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଆଣିଛନ୍ତି । ଫ୍ୟାନ୍ସଙ୍କ ଅନୁଯାୟୀ ‘ସଡକ 2’ରେ ପରିବାରବାଦର ଝଲକ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.