ETV Bharat / sitara

ରିଚାଙ୍କୁ କ୍ଷମା ମାଗିବାକୁ ସର୍ତ୍ତ ରଖିଲେ ପାୟଲ - ପାୟଲ ଘୋଷଙ୍କ ବୟାନ

ବିବାଦୀୟ ବୟାନରେ ରିଚାଙ୍କ ନାମ ନେଇଥିବା ପାୟଲଙ୍କୁ କ୍ଷମା ମାଗିବା ପାଇଁ ଦୁଇ ଦିନ ସମୟ ଦେଇଛନ୍ତି ବମ୍ବେ ହାଇରୋର୍ଟ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 13, 2020, 5:01 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ବଲିଉଡରେ ଡ୍ରଗ୍ସ କାରବାର, ଯୌନ ନିର୍ଯାତନା ଭଳି ପ୍ରସଙ୍ଗ ଉପରେ ଆସି ଅଟକି ଯାଇଛି । ସେଲିବ୍ରିଟି ପରସ୍ପର ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବାରେ ଲାଗିଛନ୍ତି । ଏହିପରି ସମସ୍ୟା ବର୍ତ୍ତମାନ ଅଭିନେତ୍ରୀ ପାୟଲ ଘୋଷ ଓ ରିଚା ଚଡ୍ଡାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିବା ସମୟରେ ପାୟଲ ରିଚାଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଯାହାପରେ ରିଚା ତାଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ ।

ସୋମବାର ଦିନ ବମ୍ବେ ହାଇକୋର୍ଟ ପାୟଲ ଏବଂ ରିଚାଙ୍କୁ ନିଜ ମଧ୍ୟରେ ସମାଧାନର ସର୍ତ୍ତ ସ୍ଥିର କରିବାକୁ 2 ଦିନ ସମୟ ଦେଇଛନ୍ତି। ସେହିପରି ପ୍ରଥମ ଶୁଣାଣି ପରେ ପାୟଲଙ୍କ ଓକିଲ ବୟାନରେ କହିଥିଲେ ଯେ ଅଭିନେତ୍ରୀ ପାୟଲ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ଏବେ ଚର୍ଚ୍ଚା ହେଉଛି କ୍ଷମା ମାଗିବା ପାଇଁ ପାୟଲ ଏକ ସର୍ତ୍ତ ରଖିଛନ୍ତି।

ପାୟଲ କହିଛନ୍ତି ଯେ ରିଚାଙ୍କୁ ସେହି ସମୟରେ କ୍ଷମା ମାଗିବେ ଯେବେ ତାଙ୍କୁ ଗ୍ୟାରେଣ୍ଟି ଦିଆଯିବ ରିଚା ବୁଝାମଣା ପରେ ଆଗାମୀ ଭବିଷ୍ୟତରେ ତାଙ୍କ ଉପରେ କୌଣସି ଅପରାଧିକ ଅଭିଯୋଗ ଲଗାଇବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.