ETV Bharat / sitara

ପରଲୋକରେ ପତ୍ରଲେଖାଙ୍କ ପିତା - ଭାଇରାଲ ହେଲା ପତ୍ରଲେଖାଙ୍କ ପୋଷ୍ଟ

ଆରପାରିରେ ପତ୍ରଲେଖାଙ୍କ ପିତା । ସୋସିଆଲ ମିଡିଆରେ ଲେଖିଲେ ଇମୋସନାଲ ନୋଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପତ୍ରଲେଖା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପତ୍ରଲେଖା
author img

By

Published : Apr 13, 2021, 7:57 AM IST

ମୁମ୍ବାଇ: ଅଭିନେତ୍ରୀ ତଥା ରାଜକୁମାର ରାଓଙ୍କ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ଘରେ ଶୋକର ଛାୟା । ପିତାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ଅଭିନେତ୍ରୀ । ପିତାଙ୍କ ସହ ନିଜର ଏକ ପୁରୁଣା ଫଟୋ ପୋଷ୍ଟ କରି ଭାବବିହ୍ବଳ ନୋଟ ଲେଖିଛନ୍ତି ସେ । ସେପଟେ ଫ୍ୟାନ୍ସ ମଧ୍ୟ ଏହି ଖବର ଶୁଣି ଦୁଃଖି ହୋଇପଡିଛନ୍ତି ।

ସେହିପରି ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ତୁମକୁ ବହୁତ ଭଲ ପାଏ, ଆମେ ସବୁବେଳେ ତୁମର ଏକ ଅଂଶ ହୋଇ ରହିବୁ ଏବଂ ତୁମେ ସବୁବେଳେ ଆମ ମଧ୍ୟରେ ରହିବ । ମୁଁ ଆଶା କରୁଛି ତୁମେ ମୋ ଉପରେ ଗର୍ବ ଅନୁଭବ କରୁଥିବ । ଆମକୁ ଏହି ଅଦ୍ଭୁତ ଜୀବନ ଦେଇଥିବାରୁ ଧନ୍ୟବାଦ । ତୁମେ ସବୁବେଳେ କଠିନ ପରିଶ୍ରମ କରିଛ ଯାହା ଦ୍ବାରା ଆମେ ଏକ ଭଲ ଜୀବନ ବଞ୍ଚି ପାରୁଛୁ। ତୁମେ ଶ୍ରେଷ୍ଠ ପିତା ଥିଲ ଏବଂ ସବୁବେଳେ ରହିବ । ତୁମେ ତୁମର କାମକୁ ଭଲ ପାଉଥିଲ ଏବଂ ତୁମେ ଏଥିରେ ଶ୍ରେଷ୍ଠ ଥିଲ । ତୁମର ସମସ୍ତ ବନ୍ଧୁ ମୋତେ କହୁଛନ୍ତି ଯେ ତୁମେ ଜଣେ ଭଲ ବନ୍ଧୁ, ଦାର୍ଶନିକ ଏବଂ ସେମାନଙ୍କର ମାର୍ଗଦର୍ଶକ ମଧ୍ୟ ଥିଲ ।’

ପ୍ରକାଶ ଥାଉକି ଫିଲ୍ମ ‘ସିଟି ଲାଇଟ୍ସ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ପତ୍ରଲେଖା । ଏହି ଫିଲ୍ମରେ ସେ ରାଜକୁମାରଙ୍କ ସହ ଅଭିନୟ କରିଥିଲେ । ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.