ETV Bharat / sitara

‘ଗୁଲାବୋ-ସିତାବୋ’ ଚ୍ୟାଲେଞ୍ଜରେ ଫେଲ୍ ମାରିଲେ ନେହା

author img

By

Published : Jun 11, 2020, 6:02 PM IST

ସାମ୍ନାକୁ ଆସିଲା ନେହା ଧୂପିୟାଙ୍କ ନୂଆ ଭିଡିଓ । ଯେଉଁଥିରେ ସେ ଅମିତାଭଙ୍କ ‘ଗୁଲାବୋ-ସିତାବୋ’ ଚ୍ୟାଲେଞ୍ଜ ଗ୍ରହଣ କରିଥିବାର ଆସୁଛନ୍ତି ନଜର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ଧୂପିୟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ଧୂପିୟା

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଯାଉଛି ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଗୁଲାବୋ ସିତାବୋ’ । ଏହାପୂର୍ବରୁ ଅମିତାଭ ସମସ୍ତଙ୍କୁ ‘ଗୁଲାବୋ ସିତାବୋ’ ଚ୍ୟାଲେଞ୍ଜ ଦେଇ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଯେଉଁଠି କିଛି ଷ୍ଟାର୍ସ ଏହି ଚ୍ୟାଲେଞ୍ଜରେ ପାସ୍ ହୋଇଛନ୍ତି, ସେହିଠି କିଛି ସେଲିବ୍ରିଟି ଫେଲ୍ ମଧ୍ୟ ମାରିଛନ୍ତି । ଏମିତି କିଛି ପପୁଲାର ଅଭିନେତ୍ରୀ ନେହା ଧୂପିୟାଙ୍କ କେସରେ ଦେଖିବାକୁ ମିଳୁଛି ।

ସେ ‘ଗୁଲାବୋ ସିତାବୋ’ର ଲାଇନ କହୁଥିବା ସମୟରେ ନିଜର ଭିଡିଓ ସେୟାର କରିଛନ୍ତି । ହେଲେ ଅମିତାଭଙ୍କ ଦ୍ବାରା ଦିଆଯାଇଥିବା ଲାଇନ ‘ଗୁଲାବୋ କି ଖଟର-ପଟର ସେ ତିତର-ବିତର ସିତାବୋ, ସିତାବୋ କେ ଅଗର-ମଗର ସେ ଉଥଲ-ପୁଥଲ ଗୁଲାବୋ’ କହିବାରେ ଅସଫଳ ହୋଇଛନ୍ତି ସେ । ଆଉ ମଜାଦାର କଥା ହେଲା ଯେ ନେହା ଏହି ଲାଇନ କହିବା ବେଳେ ତାଙ୍କ ସ୍ବାମୀ ଅଙ୍ଗଦ ବେଦୀ ତାଙ୍କର ମଜାକ ଉଡାଉଛନ୍ତି । ଯାହାଦ୍ବାରା ନେହା ଏହି ଲାଇନ କହିପାରେ ବିଫଳ ହୋଇଛନ୍ତି ।

ଖାଲି ଏତିକି ନୁହେଁ ନେହା ଲାଇନ ଭୁଲ କହୁଥିବା ବେଳେ ଅଙ୍ଗଦ ତାଙ୍କୁ କରେକ୍ଟ ମଧ୍ୟ କରୁଥିଲେ । ହେଲେ ପରିଶେଷରେ ଅଙ୍ଗଦ ଫ୍ରେମରେ ଆସି ନେହାକୁ କହୁଛନ୍ତି ‘ତୁମ ସେ ନା ହୋ ପାଏଗା ।’ଦେଖନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ଏହି ଖଟ୍ଟମିଠା ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.