ETV Bharat / sitara

ରିଆଙ୍କୁ ସମର୍ଥନ କରି ବିଦ୍ୟା-ତାପସୀଙ୍କ ପଥ ଅନୁସରଣ କଲେ ମିନିଷା

ସୁଶାନ୍ତଙ୍କ କେସରେ ପ୍ରଥମଥର ମୁହଁ ଖୋଲିଲେ ମିନିଷା ଲାମ୍ବା । ଏହାସହ ରିଆଙ୍କ ଦୁଃଖ ବୁଝିପାରୁଛନ୍ତି ବୋଲି ଜଣାଇଛନ୍ତି । ଅଧିକା ପଢନ୍ତୁ...

author img

By

Published : Sep 2, 2020, 2:37 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିନିଷା ଲାମ୍ବା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିନିଷା ଲାମ୍ବା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଜୋରସୋରରେ ଯାଞ୍ଚ ଚାଲିଛି । ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି ମଧ୍ୟ ଯାଞ୍ଚ ଜାରି ରଖିଛନ୍ତି । ସିବିଆଇ ଯାଞ୍ଚରେ ସୁଶାନ୍ତଙ୍କ ମର୍ଡରର କୌଣସି ତଥ୍ୟ ମିଳିନାହିଁ । ଯାହାକୁ ଆଧାର କରି ଏବେ ତାଙ୍କ ଆତ୍ମହତ୍ୟାର କାରଣ ଖୋଜା ଚାଲିଛି । ସେପଟେ ବାରମ୍ବାର ସୁଶାନ୍ତଙ୍କ ସୁସାଇଡରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ଆସୁଥିବାର ଦେଖିବାକୁ ମିଳୁଛି । ଆଉ କିଛି ଦିନ ହେବ ରିଆଙ୍କୁ ନେଇ ନ୍ୟୁଜ ଚ୍ୟାନେଲର ଚାଲିଥିବା ଯୁକ୍ତିତର୍କରେ ଅସନ୍ତୋଷ ହୋଇ କିଛି ସେଲିବ୍ରିଟି ରିଆଙ୍କ ସମର୍ଥନ କରିଆସୁଛନ୍ତି । ନିକଟରେ ତାପସୀ ପନ୍ନୁ, ସ୍ବରା ଭାସ୍କର, ରାମଗୋପାଲ ବର୍ମା ଓ ସାଉଥ ଅଭିନେତ୍ରୀ ଲକ୍ଷ୍ମୀ ମାନଛୁ ଟ୍ବିଟ କରି ରିଆଙ୍କ ସପକ୍ଷରେ ବୟାନ ଦେଇଥିଲେ । ଏବେ ଏହି ଷ୍ଟାର ମାନଙ୍କ ପଥ ଅନୁସରଣ କରିଛନ୍ତି ଅଭିନେତ୍ରୀ ମିନିଷା ଲାମ୍ବା । ସେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ କେସରେ ନିଜ ପ୍ରତିକ୍ରିୟା ଦେବା ସହ ରିଆଙ୍କୁ ନେଇ ମନ କଥା କହିଛନ୍ତି ।

ନିକଟରେ ରିଆ ଦେଇଥିବା ସାକ୍ଷାତକାର ଭିଡିଓରେ ପ୍ରତିକ୍ରିୟା ଦେଇ ମିନିଷା କହିଛନ୍ତି, ଏବେ ଏହା ସବୁ ବନ୍ଦ କରିବା ଦରକାର । ବହୁତ ହୋଇଗଲା । ଯାହାର କୌଣସି ଅର୍ଥ ନାହିଁ । ଯାହା ମୋ ପାଇଁ ସତ୍ୟ, କାରଣ ଓ ତର୍କ ଭଳି ନୁହେଁ । ଏହା ଦେଖି ମୁଁ ଆଉ ଚୁପ୍ ରହିପାରିଲି ନାହିଁ | ଧାରଣା, ଗୁଜବକୁ ଆଧାର କରି ବିଚାର ଘୋଷଣା ନକରି ଜଣେ ମଣିଷର କରାଯାଉଥିବା ଯାଞ୍ଚର ସମ୍ମାନ କର । ମୁଁ କେବଳ ମହିଳା ରୂପେ ଜଣେ ମହିଳାଙ୍କ କଥା ବୁଝିପାରୁଛି । ଯିଏ ସୁଶାନ୍ତଙ୍କୁ ଭଲ ପାଉଥିଲେ ଆଉ ସବୁବେଳେ ଚେଷ୍ଟ କରୁଥିଲେ ତାଙ୍କୁ ସୁସ୍ଥ କରିବାକୁ ।’

ପ୍ରକାଶ ଥାଉକି ରିଆ ଦେଇଥିବା ସାକ୍ଷାତକାରରେ ସୁଶାନ୍ତଙ୍କ ଡ୍ରଗ ନେବାଠୁ ନେଇ ତାଙ୍କ ପରିବାର ବିଷୟରେ ଅନେକ କଥା ଖୁଲାସା କରିଥିଲେ । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ସେହିପରି ତାଙ୍କ ସାକ୍ଷାତକାର ପରଠୁ ସେଲିବ୍ରିଟି ତାଙ୍କ ସମର୍ଥନରେ ବାହାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.