ETV Bharat / sitara

21ତମ ବିବାହ ବାର୍ଷିକୀକୁ ଖାସ୍ ଅନ୍ଦାଜରେ ପାଳନ କଲେ ମାଧୁରୀ-ଶ୍ରୀରାମ

author img

By

Published : Oct 17, 2020, 5:37 PM IST

Updated : Oct 17, 2020, 10:38 PM IST

1999ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ମାଧୁରୀ । କୌଣସି ଫିଲ୍ମ ଷ୍ଟାରଙ୍କୁ ନୁହେଁ ବରଂ ଆମେରିକାର ଜଣେ ପପୁଲାର ଡାକ୍ତର ଶ୍ରୀରାମଙ୍କୁ ନିଜ ଜୀବନ ସାଥି ରୂପେ ବାଛିଥିଲେ ସେ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାଧୁରୀ ଦୀକ୍ଷିତ

ମୁମ୍ବାଇ: ବି-ଟାଉନର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଶନିବାର ଡାକ୍ତର ସ୍ବାମୀ ଶ୍ରୀରାମ ନେନେଙ୍କ ସହ ନିଜର 21ତମ ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରୁଛନ୍ତି । ଆଉ ପରସ୍ପର ପ୍ରତି ସୋସିଆଲ ମିଡିଆରେ ଏହି ଯୋଡି ନିଜର 21 ବର୍ଷର ପ୍ରେମ ଜାହିର କରିଛନ୍ତି । ଏହି ଖାସ୍ ଅବସରରେ ଦୁହେଁ ସ୍ପେଶାଲ ନୋଟ୍ ଲେଖି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ମାଧୁରୀ ଲେଖିଛନ୍ତି, ‘ଆଜି ମୋ ସ୍ବପ୍ନର ମଣିଷଙ୍କ ସହ ରୋମାଞ୍ଚଭରା ଆଉ ଏକ ବର୍ଷର ଆରମ୍ଭ । ଆମେ ଦୁହେଁ ଭିନ୍ନ ତଥାପି ସମାନ ଏବଂ ମୋ ଜୀବନରେ ତୁମକୁ ପାଇ ମୁଁ କୃତଜ୍ଞ । 21ତମ ବିବାହ ବାର୍ଷିକ ଶୁଭେଚ୍ଛା ରାମ ।’

ସେପରି ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇ ଡାକ୍ତର ନେନେ ଲେଖିଛନ୍ତି, ‘21 ବର୍ଷ ପୂର୍ବେ, ମୁଁ ମୋ ସୋଲ ମେଣ୍ଟଙ୍କୁ ପାଇଥିଲି। ଆଉ ଏକାଠି ଯାତ୍ରା ଆରମ୍ଭ କରିଥିଲୁ । ପ୍ରତ୍ୟେକ ଦିନ ଶାନଦାର ହୋଇଛି ଏବଂ ପୁଣି ଏକାଠି ଆହୁରି ଅନେକ କାର୍ଯ୍ୟକୁ କରିବୁ । 21 ତମ ବିବାହ ବାର୍ଷିକର ଶୁଭେଚ୍ଛା ।’

ପ୍ରକାଶ ଥାଉକି ସମସ୍ତଙ୍କୁ ନିଜ ଅନ୍ଦାଜରେ ଦିୱାନା କରୁଥିବା ମାଧୁରୀ 1999ରେ ଡାକ୍ତର ନେନେଙ୍କ ସହ ବିବାହ କରିଥିଲେ । ଯାହାପରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଭାଙ୍ଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2020, 10:38 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.