ETV Bharat / sitara

ଦିବ୍ୟାଙ୍ଗଙ୍କ ପାଇଁ 100 କିଲୋମିଟର ସାଇକେଲ ଚଲାଇଲେ ଲକ୍ଷ୍ମୀ - ତେଲୁଗୁ ଅଭିନେତ୍ରୀ ଲକ୍ଷ୍ମୀ ମାଞ୍ଚୁଙ୍କ ଚର୍ଚ୍ଚା

ମହାନ କାମ କରି ବର୍ତ୍ତମାନ ଚର୍ଚ୍ଚାରେ ଲକ୍ଷ୍ମୀ । ସେ 100 କିଲୋମିଟର ସାଇକେଲିଂ କରିଛନ୍ତି । କ୍ରୀଡା ପାଇଁ ଦିବ୍ୟାଙ୍ଗଙ୍କୁ ସମର୍ଥନ କରିବା ଲାଗି ସେ ଏପରି ପଦକ୍ଷେପ ଆପଣାଇଛନ୍ତି ।

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Mar 1, 2021, 2:15 PM IST

ହାଇଦ୍ରାବାଦ: ତେଲୁଗୁ ଅଭିନେତ୍ରୀ ଲକ୍ଷ୍ମୀ ମାଞ୍ଚୁଙ୍କୁ ନେଇ ସାମ୍ନାକୁ ଆସିଲା ପ୍ରଶଂସା ଯୋଗ୍ୟ ଖବର । ଯାହାକୁ ଶୁଣି ଖୁସି ତାଙ୍କ ଫ୍ୟାନ୍ସ । କାରଣ ରବିବାର ସେ 100 କିଲୋମିଟ ସାଇକେଲିଂ କରି ଚର୍ଚ୍ଚାରେ । ଆଉ ଏହି ସାଇକେଲିଂ ସେ ଏକ ମାହାନ କାମ ପାଇଁ କରିଛନ୍ତି । ବିଶେଷକରି କ୍ରୀଡା ପାଇଁ ଦିବ୍ୟାଙ୍ଗଙ୍କୁ ସମର୍ଥନ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ।

ନିଜ ଅନୁଭବ ସେୟାର କରି ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଅନ୍ୟମାନଙ୍କ ସହ ସହନଶୀଳ ହେବା ଏବଂ ନିଜ ସହ କଠୋର ହେବା ଦରକାର। ଗତ 60 ଦିନ ଧରି ମୁଁ ପ୍ରତ୍ୟେକ ଦିନ ଅନୁସରଣ କରିଆସୁଛି । ସକାଳ 5 ଟାରେ ଉଠିବା, ମୋର ସୀମା ସ୍ଥିର କରିବା ଏବଂ ପ୍ରତ୍ୟେକ ଦିନ କଡା ପରିଶ୍ରମ କରିବା । ମୋର ହୃଦୟ ପୁନର୍ବାର ଏହି ଲୋକଙ୍କ ବିଷୟରେ ଭାବୁଛି । ଯେଉଁମାନଙ୍କର ଗୋଟିଏ ଅଙ୍ଗ କିମ୍ବା ସେମାନଙ୍କ ଜୀବନରୁ କିଛି ହଜିଯାଇଛି କାରଣ ସେମାନେ ଏହିପରି ଜନ୍ମ ହୋଇନଥିଲେ, ସେମାନଙ୍କର ଦୁର୍ଘଟଣା ଘଟିବା ଦ୍ବାରା ​​କିମ୍ବା ସେମାନେ ଆମ ଦେଶକୁ ବଞ୍ଚାଇବା ପାଇଁ ଆଗ ଧାଡ଼ିରେ ଥିଲେ । ସେମାନେ ସ୍ବେଚ୍ଛାକୃତ ଭାବରେ କାମ କରିଛନ୍ତି । ଯାହାଙ୍କ ପାଇଁ ମୁଁ ଏହି କାମ କରି ଗର୍ବିତ ଅନୁଭବ କରୁଛି । ’

ସେହିପରି ସେ ଆଦିତ୍ୟ ମେହରା ଫାଉଣ୍ଡେସନରର କାଉଜରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ଲୋକଙ୍କଠାରୁ ତାଙ୍କୁ ପ୍ରେରଣା ମିଳିଥିବାର କହିଥିଲେ। ପ୍ରକାଶ ଥାଉକି ନିକଟରେ ସେ ତେଲୁଗୁ ୱେବ ସିରିଜ ‘ପିଟ୍ଟା କଥଲୁ’ରେ ନଜର ଆସିଥିଲେ ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.