ETV Bharat / sitara

'ଆଦିପୁରୁଷ'କୁ ରୋମାଞ୍ଚକର ପ୍ରୋଜେକ୍ଟ କହିଲେ କ୍ରିତି

author img

By

Published : Jun 12, 2021, 12:34 PM IST

ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଲାଇଭ ସେଶନ କଲେ କ୍ରିତି । ଆଉ ନିଜର ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଫିଲ୍ମରେ ରାବଣ ସାଜି ପ୍ରଭାସଙ୍କ ସହ ଲଢିବେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ସେହିପରି ସୀତା ଭୂମିକାରେ ଅଭିନେତ୍ରୀ କ୍ରିତି ସାନନ ଓ ଲକ୍ଷ୍ମଣ ଭୂମିକାରେ ଦେଖାଯିବେ ଅଭିନେତା ସନ୍ନି ସିଂ । ଇତିମଧ୍ୟରେ ଫିଲ୍ମକୁ ନେଇ ମନ କଥା କହିଛନ୍ତି କ୍ରିତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ସେ ଫ୍ୟାନ୍ସ ସହ ଲାଇଭ୍ ସେଶନ ସମୟରେ କହିଛନ୍ତି, ‘ମୋର ସବୁଠାରୁ ରୋମାଞ୍ଚକର ପ୍ରୋଜେକ୍ଟ ମଧ୍ୟରୁ ଆଦିପୁରୁଷ ଅନ୍ୟତମ | ଏହାର ପ୍ରତ୍ୟେକ ଅଂଶ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି କରାଉଛି ।’

ପ୍ରକାଶ ଥାଉକି ଏହି ଐତିହାସିକ ଫିଲ୍ମକୁ ମେକର୍ସ ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ ଭାଷାରେ ରିଲିଜ କରିବାକୁ ଯୋଜନା କରିଛନ୍ତି । ଯାହାକୁ ନେଇ ଏକ୍ସାଇଡେଟ ଅଛନ୍ତି ଦର୍ଶକ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଓମ୍ ରାଉତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.