ETV Bharat / sitara

ବରୁଣଙ୍କ ମଜାଦାର ଭିଡିଓ ସେୟାର କଲେ କ୍ରିତି

author img

By

Published : Apr 19, 2021, 7:25 AM IST

‘ବେହଡିୟା’ ସେଟରୁ ଭାଇରାଲ ହେଲା ବରୁଣଙ୍କ ମସ୍ତିଭରା ଭିଡିଓ । ଯେଉଁଥିରେ ଆଶ୍ଚର୍ଯ୍ୟକର କ୍ୟାପସନ ଲେଖି ଚର୍ଚ୍ଚାରେ କ୍ରିତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ

ମୁମ୍ବାଇ: କ୍ରିତି ସାନନ ଓ ବରୁଣ ଧୱନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ବେହଡିୟା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଯୋଡିଙ୍କ ଏହା ଦ୍ବିତୀୟ ଫିଲ୍ମ । ପୂର୍ବରୁ ‘ଦିଲୱାଲେ’ରେ ଦେଖିବାକୁ ମିଳିସାରିଛି ଦୁଇଜଣଙ୍କ କେମେଷ୍ଟ୍ରି । ଏହି ହରର ଡ୍ରାମା ଫିଲ୍ମ ନେଇ ପୁଣି ଫେରିବେ କ୍ରିତି ଓ ବରୁଣ । ଇତିମଧ୍ୟରେ ସେଟରୁ ଭାଇରାଲ ହୋଇଛି ବରୁଣଙ୍କ ମଜାଦାର ଭିଡିଓ । ଯାହାକୁ ସେୟାର କରି ଚର୍ଚ୍ଚାରେ କ୍ରିତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ବରୁଣଙ୍କ ସହ ଜଣେ ଫ୍ୟାନ ନିଜ କୁନି ଝିଅକୁ ଧରି ଠିଆ ହୋଇଛନ୍ତି । ଆଉ ସେପଟେ ବରୁଣ କେକ କାଟି ସେହି ଫ୍ୟାନ୍ସଙ୍କୁ ଖାଇବାକୁ ଦେବା ବଳେ କୁନି ଝିଅ କେକ ଖାଇବାକୁ ଇଚ୍ଛା କରୁଛି । ହେଲେ ବରୁଣ ଝିଅକୁ କେକ ନଦେଇ ତାଙ୍କ ବାପାଙ୍କ କେକ ଖାଇବାକୁ ଦେଉଛନ୍ତି ।

ଏହି ଭିଡିଓ ସେୟାର କରି କ୍ରିତି କ୍ୟାପସନରେ ଲେଖିଛନ୍ତି, ‘ଏହା ଦ୍ବାରା ହୁଏତଃ ଆପଣଙ୍କ ଦିନ ବନିଯିବ । ଆମ ସମସ୍ତେ କେବେ ନା କେବେ ଏହି ଝିଅ ଭଳି ସମସ୍ୟା ଦେଇ ଗତି କରିସାରିଛେ।’ ଏହାସହ ସେ ବରୁଣଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ବିଶ୍ବାସ ହେଉନାହିଁ ତୁମ ଝିଅ ସହ ଏମିତି କଲ ।’ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ‘ବେହଡିୟା’ ବ୍ୟତୀତ କ୍ରିତି ‘ମିମି’, ‘ବଚ୍ଚନ ପାଣ୍ଡେ’, ‘ଗଣପତ’, ‘ହମ୍ ଦୋ ହମାରେ ଦୋ’ ଓ ‘ଆଦିପୁରୁଷ’ ଭଳି ଫିଲ୍ମରେ ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.