ମୁମ୍ବାଇ: ନୂଆ ବର୍ଷ ସେଲିବ୍ରେଶନ କରିବା ପରେ ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତୀ ସାନନ ଜୈସଲମେରର ଯାତ୍ରା କରିଥିଲେ ନିଜ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂ ପାଇଁ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ଖିଲାଡି ଅକ୍ଷୟ କୁମାର । ବର୍ତ୍ତମାନ ସୁଟିଂରେ ବ୍ୟସ୍ତ ସବୁ ଷ୍ଟାର୍ସ । ସେପଟେ କିର୍ତ୍ତୀ କିନ୍ତୁ ଟିମ ସହ ଫଟୋ ପୋଷ୍ଟ କରିବାରେ ଲାଗିଛି । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କର ଅନେକ ଫଟୋ ।
- " class="align-text-top noRightClick twitterSection" data="
">
ଏଥର ସେ ଇନଷ୍ଟାଗ୍ରାମରେ କ୍ରୁ ମେମ୍ବରଙ୍କ ହାପି ପିକ୍ଚର ପୋଷ୍ଟ କରି ସେ ଲେଖିଛନ୍ତି, ‘ଜୀବନ ସାରା ମୋର ।’ ଏହାପୂର୍ବରୁ ମଧ୍ୟ ଫିଲ୍ମ ସୁଟିଂ ଅବସରରେ ସେ କ୍ଲାପର୍ ବୋର୍ଡ ହାତରେ ଧରି ଫଟୋ ପୋଷ୍ଟ କରିଥିଲେ । ଆଉ ଫ୍ୟାନ୍ସଙ୍କୁ ଜଣାଇଥିଲେ ଫିଲ୍ମ ସୁଟିଂ ଆରମ୍ଭ ହେବା ବିଷୟରେ ।
ପ୍ରକାଶ ଥାଉକି, ଦ୍ବିତୀୟ ଥର ଅକ୍ଷୟଙ୍କ ସହ ‘ବଚ୍ଚନ ପାଣ୍ଡେ’ରେ କାମ କରିବାକୁ ଯାଉଛନ୍ତି କିର୍ତ୍ତୀ । ଏହାପୂର୍ବରୁ ଏହି ଯୋଡି କମେଡି ଡ୍ରାମା ଫିଲ୍ମ ‘ହାଉସଫୁଲ 4’ରେ ନଜର ଆସିଥିଲେ । ସେହିପରି ଏଥର ପରଦାରେ ଅକ୍ଷୟଙ୍କ ସହ ବି-ଟାଉନର ସର୍କିଟ ଅର୍ଶଦ ୱାରସୀଙ୍କ କରିବେ କମେଡି । ଏହି ଦୁଇ ଅଭିନେତା ପ୍ରଥମଥର ସ୍କ୍ରିନ ସେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ।