ETV Bharat / sitara

ଆମୀରଙ୍କ ବର୍ଥଡେ ଏମିତି ସେଲିବ୍ରେଟ କଲେ କରୀନା

ଜାରି ହୋଇଯାଇଛି ‘ଲାଲ ସିଂ ଚଡ୍ଡା’ର ନୂଆ ପୋଷ୍ଟର । ଯାହାକୁ ସେୟାର କରି ଆମୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କରୀନା । ଅଧିକ ପଢନ୍ତୁ...

author img

By

Published : Mar 15, 2021, 3:18 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ

ମୁମ୍ବାଇ: ରବିବାର 56ତମ ଜନ୍ମଦିନ ପାଳନ କରିଥିଲେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ । ଏହି ଅବସରରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ଫ୍ରେଣ୍ଡ ସୋସିଆଲ ମିଡିଆରେ ଦେଇଥିଲେ ଜନ୍ମଦିନର ଶୁଭେଚ୍ଛା । ଆମୀର ନିଜ ଦମଦାର ଅଭିନୟ, ଡାଏଲଗ ଓ ଶାନଦାର କମେଡି ସେନ୍ସ ପାଇଁ ସବୁବେଳେ ଫିଲ୍ମକୁ ହିଟ୍ କରାଇ ଦିଅନ୍ତି । ଏବର୍ଷ ମଧ୍ୟ ସେ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ନେଇ ଫେରିବେ । ସେପଟେ ତାଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ତାଙ୍କ ଲାଲ ସିଂ ଚଡ୍ଡା ପାର୍ଟନର କୀରନା କପୁର ଖାନ ସୋସିଆଲ ମିଡିଆରେ କରିଥିଲେ ସ୍ପେଶାଲ ୱିଶ ।

ସେ ଲାଲ ସିଂ ଚଡ୍ଡାରୁ ଆମୀରଙ୍କ ନୂଆ ପୋଷ୍ଟର ଜାରି କରି ଲେଖିଥିଲେ, ‘ହାପି ବର୍ଥଡେ ମାଇଁ ଲାଲ । ଆପଣଙ୍କ ଭଳି କେହି ହୋଇପାରିବେ ନାହିଁ । ଅପେକ୍ଷା କରିପାରୁନାହିଁ କି କେବେ ଦର୍ଶକ ଏହି ଡାଇମଣ୍ଡ ଫିଲ୍ମରେ ଆପଣଙ୍କ ଯାଦୁ ଦେଖିବେ ।’

ପ୍ରକାଶ ଥାଉକି ଓସ୍କାର ବିଜେତା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ ଲାଲ ସିଂ ଚଡ୍ଡା । ଅଭିନୟ ବ୍ୟତୀତ ଫିଲ୍ମର ପ୍ରଯୋଜକ ମଧ୍ୟ ଆମୀର । ଗତ ଦୁଇ ବର୍ଷର ସବୁଠୁ ବଡ ପ୍ରତିକ୍ଷିତ ଫିଲ୍ମ ରୂପେ ଚର୍ଚ୍ଚାରେ ରହିଆସୁଛି ଏହି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.