ETV Bharat / sitara

ମଜାଦାର ଅନ୍ଦାଜରେ ତୈମୁରଙ୍କୁ ଭ୍ୟାକ୍ସିନ ବିଷୟରେ ବୁଝାଇଲେ କରୀନା

author img

By

Published : Apr 30, 2021, 10:44 AM IST

ଭାଇରାଲ ହେଲା କରୀନାଙ୍କ ନୂଆ ଇନଷ୍ଟାଗ୍ରାମ ଭିଡିଓ । ମଜାଦାର ଅନ୍ଦାଜରେ ବୁଝାଇଲେ କୋରୋନା ସହ ଲଢିବା ପାଇଁ ଭ୍ୟାକ୍ସିନର କେତେ ଆବଶ୍ୟକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନ ଗତ କିଛି ଦିନରୁ ସୋସିଆଲ ମିଡିଆରେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ସଚେତନା ବାର୍ତ୍ତା ବାଣ୍ଟୁଥିବାର ନଜର ଆସୁଛନ୍ତି । ନିକଟରେ ସେ ଏକ ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କୁ ଅପିଲ କରିଥିଲେ ମାସ୍କ ପିନ୍ଧିବାକୁ । ଆଉ ଏଥର ସେ ତୈମୁରଙ୍କ ସହ ସମସ୍ତଙ୍କୁ କୋରୋନା ସହ କିପରି ଲଢା ଯିବ ସେନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେଉଛି ।

କଥାଟି ହେଲା ଯେ ମଜାଦାର ଅନ୍ଦାଜରେ ତୈମୁରଙ୍କୁ ଭ୍ୟାକ୍ସିନ ନେବାର ଫାଇଦା ବିଷୟରେ ବୁଝାଉଥିବାର ନଜର ଆସୁଛନ୍ତି କରୀନା । ସେ ଇନଷ୍ଟାଗ୍ରାମରେ ଫେମସ କାର୍ଟୁନ ଶୋ ‘ଟମ୍ ଆଣ୍ଡ ଜେରି’ର ଏକ ଭିଡିଓ ସେୟାର କରି ସେଥିରେ ଜଣାଇଛନ୍ତି ଭ୍ୟାକ୍ସିନ ନେବା ଦ୍ବାରା କିପରି କୋରୋନା ଦେଶ ଛାଡି ପଳାଇବ।

ସେପଟେ ଫ୍ୟାନ୍ସଙ୍କ ଖୁବ୍ ମନ କିଣୁଛି ଏହି ଭିଡିଓ । କାରଣ ସେୟାରର କିଛି ଘଣ୍ଟା ମଧ୍ୟରେ 6 ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଭିଡିଓ ପୋଷ୍ଟ କରିବା ସହ କରୀନା କ୍ୟାପସନରେ ଲେଖିଛନ୍ତି, ‘ଆମେ ବୋଧହୁଏ ଅନୁଭବ କରୁନାହୁଁ ଯେ ଆମର ପିଲାମାନଙ୍କ ସହ କଣ ଘଟୁଛି । ଯାହା ଉପରେ ନଜର ରଖି ପିଲାମାନେ ଭୟ କରୁଛନ୍ତି । ମୁଁ ତୈମୁରଙ୍କ ସହ କଥାବାର୍ତ୍ତା କରିଥିଲୁ ଏବଂ ତାଙ୍କୁ ବୁଝାଉଥିଲୁ ଯେ ସମସ୍ତ ବୟସ୍କଙ୍କ ପାଇଁ ଟୀକାକରଣ କାହିଁକି ଆବଶ୍ୟକ ଏବଂ ମୁଁ ଭାବୁଛି ଏହା ବୁଝାଇବା ପାଇଁ ଯଥେଷ୍ଟ ପଦକ୍ଷେପ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.