ମୁମ୍ବାଇ: ବି-ଟାଉନର ବେବୋ କରୀନା କପୁର ଖାନ କିଛି ଦିନରୁ ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ ଧର୍ମାଶାଳାରେ ଥିଲେ । ସୈଫ ନିଜର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ ସୁଟିଂ ସେଠାରେ ଚାଲିଥିଲା । ଆଉ ସାଥିରେ କରୀନା ଓ ତୈମୁର ମଧ୍ୟ ପାହଡ ରାଜ୍ୟ ହିମାଞ୍ଚଳ ପ୍ରଦେଶରେ ଶୀତ ଦିନ ଏନଜୟ କରିଥିଲେ । ହେଲେ ଏବେ ବାଏ ବାଏ କହି ମୁମ୍ବାଇ ଫେରିଛନ୍ତି ସୈଫ ଓ କରୀନା ।
ନିଜର ଏକ ସୁନ୍ଦର ଫଟୋ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି କରୀନା । ଯେଉଁଥିରେ ସେ ପାହଡ ପାଖରେ ଠିଆ ହୋଇଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ବାଏ ବାଏ ପାଲମପୁର । ଭଲ ଅନୁଭୂତି ଏବଂ ହାଲୋ ମୁମ୍ବାଇ । ମୁଁ ଘରକୁ ଆସୁଛି । ଏହି ସୌନ୍ଦର୍ଯ୍ୟଭରା ପାହଡକୁ ମୁଁ ବହୁତ ମିସ୍ କରିବି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି କରୀନାଙ୍କ ସହ ତାଙ୍କ ଫ୍ରେଣ୍ଡ, ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ଭେକେସନରେ ଯାଇଥିଲେ । ସେ ବୟଫ୍ରେଣ୍ଡ, ଅଭିନେତା ଅର୍ଜୁନଙ୍କ ସହ ସମୟ ବିତାଉଥିଲେ, ଯାହାର ଅନେକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ସେହିପରି ଯଦି ‘ଭୂତ ପୋଲିସ’ ଫିଲ୍ମ ବିଷୟରେ କଥା ହେବା ତାହାଲେ ସୈଫଙ୍କ ସହ ଅର୍ଜୁନ ଅଭିନେତ୍ରୀ ଫାତିମା ସନା ସେଖ ଓ ଜ୍ୟାକଲିନ ଫର୍ଣ୍ଣାଡେଜ ଫିଲ୍ମରେ ଅଭିନୟ କରୁଛନ୍ତି । ଯାହାର ହିମାଞ୍ଚଳ ପ୍ରଦେଶ ସିଡ୍ୟୁଲ ସୁଟିଂ ଶେଷ କରିଛନ୍ତି ଷ୍ଟାରକାଷ୍ଟ ।