ETV Bharat / sitara

ଆରପାରିରେ କଙ୍ଗନାଙ୍କ ଜେଜେବାପା ବ୍ରହ୍ମ, ଶୋକ ପ୍ରକାଶ କଲେ କୁଇନ - କଙ୍ଗନା ରଣାୱତଙ୍କ ଘରେ ଶୋକର ଛାୟା

ସୋସିଆଲ ମିଡିଆରେ ଜେଜେବାପାଙ୍କ ପୁରୁଣା ଫଟୋ ପୋଷ୍ଟ କରି ତାଙ୍କ ଦେହାନ୍ତ ସୂଚନା ଦେଲେ କଙ୍ଗନା । 90 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବ୍ରହ୍ମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 15, 2020, 11:54 AM IST

ମୁମ୍ବାଇ: ବର୍ତ୍ତମାନ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଘରେ ଶୋକର ଛାୟା । ସୋମବାର ରାତିରେ ସେ ନିଜ ଜେଜେବାପା ବ୍ରହ୍ମ ଚାନ୍ଦ ରାଉତଙ୍କୁ ହରାଇଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇ ଭାବବିହ୍ବଳ ହୋଇପଡିଛନ୍ତି । ସେ ଜେଜେବାପା ଏକ ପୁରୁଣା ଫଟୋ ପୋଷ୍ଟ କରି ଲେଖିଛନ୍ତି ଭାବୁକଭରା ନୋଟ । 90 ବର୍ଷ ବୟସରେ ଦୁନିଆ ଛାଡି ଚାଲିଯାଇଛନ୍ତି ବ୍ରହ୍ମ । ହେଲେ ଦୁଃଖର ବିଷୟ ହେଲା ଯେ ଶେଷ ସମୟରେ କଙ୍ଗନା ଜେଜେବାପାଙ୍କୁ ବିଦାୟ ଦେଇପାରିନାହାଁନ୍ତି । କାରଣ ସେ ଘର ପହଞ୍ଚିବା ପୂର୍ବରୁ ବ୍ରହ୍ମଙ୍କ ଦେହାନ୍ତ ହୋଇସାରିଥିଲା । ଯାହାକୁ ନେଇ ସେ ଅତ୍ୟାନ୍ତ ଦୁଃଖି ।

  • This evening I drove to my parents house as my grandfather Shri Braham Chand Ranaut wasn’t keeping well for past few months, just when I reached home he had already passed away.
    He was 90 years old still had an impeccable sense of humour and we all called him Daddy. OM Shanti 🙏 pic.twitter.com/rbD14T6CCD

    — Kangana Ranaut (@KanganaTeam) December 14, 2020 " class="align-text-top noRightClick twitterSection" data=" ">

ଟ୍ବିଟରେ ସେୟାର କରିଥିବା ପୋଷ୍ଟରେ କଙ୍ଗନା ଲେଖିଛନ୍ତି, ‘ଆଜି ସନ୍ଧ୍ୟାରେ ମୁଁ ମୋର ପିତାମାତାଙ୍କ ଘରକୁ ଯାଇଥିଲି କାରଣ ମୋର ଜେଜେବାପା ବ୍ରହ୍ମ ଚାନ୍ଦ ରାଉତ ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ହେଲେ ଯେତେବେଳେ ମୁଁ ଘରେ ପହଞ୍ଚିଥିଲି ତାଙ୍କର ଦେହାନ୍ତ ହୋଇଯାଇଥିଲେ | ତାଙ୍କୁ 90 ବର୍ଷ ବୟସ ହୋଇଥିଲା ତଥାପି ଏକ ଅପୂର୍ବ ହାସ୍ୟରସ ଥିଲା ଏବଂ ଆମେ ସମସ୍ତେ ତାଙ୍କୁ ବାପା ବୋଲି କହିଥିଲୁ । ଓଏମ୍ ଶାନ୍ତି ।’

ପ୍ରକାଶ ଥାଉକି, ନିକଟରେ ସେ ନିଜ ଅପକମିଂ ଫିଲ୍ମ ‘ଥଲାଇଭି’ର ସୁଟିଂ ପାଇଁ ମନାଲିରୁ ହାଇଦ୍ରାବାଦ ଯାତ୍ରା କରିଥିଲେ । ସେ କିଛି ଦିନରୁ ହାଇଦ୍ରାବାଦରେ ହିଁ ଅଛନ୍ତି । ଏହାବ୍ୟତୀତ ସେ ‘ତେଜସ’ ଓ ‘ଧାକଡ’ ଭଳି ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.