ETV Bharat / sitara

ଫ୍ୟାନ୍ସଙ୍କୁ ନବରାତ୍ରିର ଶୁଭକାମନା ଜଣାଇଲେ କଙ୍ଗନା

author img

By

Published : Oct 17, 2020, 3:32 PM IST

କିଛି ଦିନରୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଆସୁଥିବା କଙ୍ଗନା ଏବେ ଦୁର୍ଗା ମା'ଙ୍କୁ ପୂଜା କରୁଥିବାର ନଜର ଆସୁଛନ୍ତି । ଭାଇରାଲ ହେଲା ତାଙ୍କ ପୂଜା ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ଏଥର ବି-ଟାଉନର କୁଇନ କଙ୍ଗନା ରଣାୱତ କୌଣସି ବିବାଦୀୟ ନୁହେଁ ବରଂ ନିଜର ଭକ୍ତି ପ୍ରକାଶ କରି ନବରାତ୍ରି ଅବସରରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୁଭ ଅବସରରେ ସେ ପ୍ରଶଂସକଙ୍କ ପାଇଁ ଏକ ଶାନଦାର ମେସେଜ ମଧ୍ୟ ଲେଖିଛନ୍ତି। କଙ୍ଗନା ତାଙ୍କ ଟ୍ବିଟର ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମନ୍ଦିରରେ ପୂଜା କରୁଥିବା ନଜର ଆସିଛନ୍ତି।

ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘ଉର୍ଜାରେ ଶକ୍ତିର ଭୂମିକା ରହିଥାଏ, ଏହାର ଅର୍ଥ ହେଉଛି ଶକ୍ତି ହେଉଛି ସବୁକିଛି । ନବରାତ୍ରୀରେ ଅପାର ସମ୍ଭାବନା ଅଛି । ତେବେ ଆସନ୍ତୁ ଆମର ଶକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରିବା ।’

ସେପଟେ ଫ୍ୟାନ୍ସ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି ଦୁର୍ଗା ପୂଜାର ଶୁଭକାମନା ଦେବାରେ ଲାଗିଛନ୍ତି । ପ୍ରକାଶ ଥାଉକି କଙ୍ଗନା ଖୁବଶୀଘ୍ର ନିଜର ଅପକମିଂ ଫିଲ୍ମ ‘ତେଜସ’ ଓ ଧାକଡ ନେଇ ପରଦାକୁ ଫେରିବେ । ‘ତେଜସ’ରେ ସେ ଜଣେ ଭାରତୀୟ ଯବାନ ରୂପେ ନଜର ଆସିବାକୁ ଯାଉଥିବା ବେଳେ ‘ଧାକଡ’ରେ ଜାସୁସ ଭୂମିକାରେ ଦେଖାଯିବେ । ଯାହାପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.