ETV Bharat / sitara

କଙ୍ଗନାଙ୍କୁ ମିଳୁଛି ଦୁଷ୍କର୍ମ ଧମକ

author img

By

Published : Dec 21, 2020, 1:06 PM IST

ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାରେ କଙ୍ଗନା । ତାଙ୍କୁ ସୋସିଆଲ ମିଡିଆରେ ମିଳୁଛି ଦୁଷ୍କର୍ମ ଓ ହତ୍ୟା ଧମକ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବିବାଦ ଓ କଙ୍ଗନା ରଣାୱତ ପରସ୍ପର ସହ ସବୁବେଳେ ଜଡିତ । ଗତ କିଛି ଦିନରୁ ସେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ବିରୋଧରେ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହେଉଆସୁଛନ୍ତି । ଯାହା ପାଇଁ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ଧମକ ମିଳୁଛି । ଏକଥା ଆମେ କହୁନାହୁଁ ଏହାର ଖୁଲାସା ସେ ନିଜେ ଶନିବାର କରିଥିଲେ । ଅଭିଯୋଗ କରି ସେ ଜଣାଇଥିଲେ ଯେ କୃଷକମାନଙ୍କ ବିଷୟରେ କହିବା ପରଠାରୁ ତାଙ୍କୁ ଦୁଷ୍କର୍ମ ଓ ମୃତ୍ୟୁ ଧମକ ଦିଆଯାଉଛି ।

ଏହି ବ୍ୟତୀତ ସେ ଅଭିନେତା ଦିଲଜିତ ଦୋସାଞ୍ଝ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରି ଇନଷ୍ଟାଗ୍ରାରେ ଜଣାଇଥିଲେ, ‘ଗତ 10 ରୁ 12 ଦିନ ପାଇଁ ମୁଁ ଭାବପ୍ରବଣ ଏବଂ ମାନସିକ ଅନଲାଇନ ଲିଞ୍ଚିଂର ସମ୍ମୁଖୀନ ହେଉଛି । ମତେ ଦୁଷ୍କର୍ମ ଓ ମୃତ୍ୟୁ ଧମକ ମିଳୁଛି, ତେଣୁ ମୁଁ ଦେଶକୁ କିଛି ପ୍ରଶ୍ନ ପଚାରିବା ମୋର ଅଧିକାର ଅଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ସମଗ୍ର ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆତଙ୍କବାଦୀମାନେ ମଧ୍ୟ ଏଥିରେ ଭାଗ ନେବା ଆରମ୍ଭ କରିଛନ୍ତି । ମୁଁ ପଞ୍ଜାବରେ ପାଠ ପଢିଥିଲି । ଆଉ ମୁଁ ଭଲଭାବେ ଜାଣେ ଯେ ପଞ୍ଜାବର 99 ପ୍ରତିଶତ ଲୋକ ଖଲିସ୍ତାନ ଚାହୁଁ ନାହାଁନ୍ତି । ସେମାନେ ଦେଶକୁ ବିଭାଜନ କରିବାକୁ ଚାହୁଁନାହାଁନ୍ତି । ସେମାନେ ଦେଶକୁ ଭଲ ପାଆନ୍ତି । ହେଲେ ମୁଁ ବୁଝିପାରୁନାହିଁ ସାଧାରଣ ଲୋକେ କିପରି ଆତଙ୍କବାଦୀଙ୍କ ପାଇଁ ଏପରି ଖରାପ ବ୍ୟବହାର କରୁଛନ୍ତି । ଆଉ ଦିଲଜିତ ଓ ପ୍ରିୟଙ୍କା ଭଳି ଲୋକ ଦେଶ ବିରୋଧରେ କହିଲେ କିଛି ନାହିଁ ହେଲେ ମୁଁ କହିଲେ ସମସ୍ତେ କହୁଛନ୍ତି ମୁଁ ରାଜନୀତି କରୁଛି ।’

ପ୍ରକାଶ ଥାଉକି ନିକଟରେ ସେ ଜଣେ ମହିଳା ଆନ୍ଦୋଳନକାରୀଙ୍କୁ ଶାହିନବାଗର ଜେଜେମା ବିଲକିସ୍ ବାନୋ ବୋଲି ବର୍ଣ୍ଣନା କରିଥିଲେ । ଯାହାକୁ ଆଧାର କରି ପପୁଲାର ପଞ୍ଜାବୀ ସିଙ୍ଗର, ଆକ୍ଟର ଦିଲଜିତ ଦୋସାଞ୍ଝ ତାଙ୍କୁ କଡା ଜବାବ ଦେଇଥିଲେ । ଯାହାପରେ ଦୁଇଜଣଙ୍କ ଟ୍ବିଟର ୱାର ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.