ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ କଙ୍ଗନା ରଣାୱତ ବଲିଉଡ ଉପରେ ପରିବାରବାଦ ଅଭିଯୋଗ ଲଗାଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ୍ସ ମଧ୍ୟ କଙ୍ଗନାଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ କଙ୍ଗନା ଖୁଲାସା କରିଛନ୍ତି ଯେ ସୁଶାନ୍ତଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ବିଷୟରେ ଅନେକ କଥା କହିଥିଲେ ।
ଏକ ସାକ୍ଷାତକାରରେ ଏହାର ଖୁଲାସା କରି କଙ୍ଗନା କହିଥିଲେ, ‘ଅଙ୍କିତା ମୋତେ ଜଣାଇଥିଲେ ଯେ ସୁଶାନ୍ତଙ୍କୁ ଅପମାନ କରାଯାଇଥିଲା । ଆଉ ସୁଶାନ୍ତ ମଧ୍ୟ ଅପମାନ ପାଇଁ ଭାଙ୍ଗି ପଡିଥିଲେ । ଯାହାପରଠୁ ସେ ଚିନ୍ତାରେ ରହୁଥିଲେ । ଖାଲି ଏତିକି ନୁହେଁ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଉପରେ ମଧ୍ୟ ରାଗୁଥିଲେ । ସେ ଫ୍ୟାନ୍ସଙ୍କୁ ସବୁବେଳେ ପ୍ରଶ୍ନ କରୁଥିଲେ ତାଙ୍କୁ କାହିଁକି ଖରାପ କମେଣ୍ଟ କରାଯାଇଛି । ସେ ଆଦୌ ସେ ଭଳି ବ୍ୟକ୍ତି ନୁହେଁ।’
ହେଲେ ସେହି ସମୟରେ ଅଙ୍କିତା ତାଙ୍କୁ ବହୁତ ବୁଝାଇଥିଲେ । ଏହି ସବୁ ସମସ୍ୟାରୁ ମଧ୍ୟ କାଢିବାକୁ ଚେଷ୍ଟା କରୁଥିଲେ ବୋଲି କଙ୍ଗନା ବୟାନରେ କହିଥିଲେ ।