ମୁମ୍ବାଇ: ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର, ଜୟା ବଚ୍ଚନ ଏବଂ ବଲିଉଡକୁ ଟାର୍ଗେଟ କରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିବାଦକୁ ଆସିଛନ୍ତି । କିଛି ଲୋକ ତାଙ୍କୁ ସମର୍ଥନ କରୁଥିବାବେଳେ ଅନେକ କିଛି ଲୋକ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି ।
କଙ୍ଗନା କହିଛନ୍ତି ଯେ, ତାଙ୍କର ଏକ ରେକର୍ଡ ଅଛି ଯେ ସେ କେବେ ନିଜେ ଓ୍ବାର ଆରମ୍ଭ କରିନାହାଁନ୍ତି ଏବଂ ଯଦି କେହି ପ୍ରମାଣ କରିଦିଅନ୍ତି ଯେ, ତାଙ୍କ ତରଫରୁ ଏହି ଲଢେଇ ଆରମ୍ଭ କରାଯାଇଛି, ତେବେ ସେ ଟ୍ବିଟର ଛାଡିଦେବେ ।
ଶୁକ୍ରବାର ଦିନ କଙ୍ଗନା ଟ୍ବିଟରରେ ଲେଖିଛନ୍ତି, ମତେ ହୁଏତ ସମସ୍ତେ ଲଢାଖୁ ବୋଲି ଭାବୁଥିବେ, କିନ୍ତୁ ଏହା ସତ୍ୟ ନୁହେଁ । ମୋର ରେକର୍ଡ ହେଉଛି ଯେ, ମୁଁ କେବେ ନିଜେ ଓ୍ବାର ଆରମ୍ଭ କରିନାହିଁ ଏବଂ ଯଦି କେହି ଏହା ପ୍ରମାଣ କରିଦେବେ, ତେବେ ମୁଁ ଟ୍ବିଟର ଛାଡିବି । ମୁଁ ଯୁଦ୍ଧ ଆରମ୍ଭ କରେ ନାହିଁ, କିନ୍ତୁ ମୁଁ ଏହାକୁ ଶେଷ କରେ । ଭଗବାନ କୃଷ୍ଣ କହିଛନ୍ତି ଯେ, ଯେତେବେଳେ କେହି ଆପଣଙ୍କୁ ଯୁଦ୍ଧ କରିବାକୁ ଆହ୍ବାନ କରନ୍ତି, ତେବେ ଏହାକୁ କେବେ ମନା କରନ୍ତୁ ନାହିଁ " ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ