ମୁମ୍ବାଇ: ପୁଣି ବିବାଦୀୟ କଥା ପାଇଁ ଚର୍ଚ୍ଚାରେ ବଲିଉଡର କୁଇନ କଙ୍ଗନା ରଣାୱତ । ଏଥର ସେ ଦେଶବାସୀଙ୍କ ଦେବଦୂତ ସାଜି ସେବା କରୁଥିବା ସୋନୁ ସୁଦଙ୍କ ପାଇଁ ଚର୍ଚ୍ଚାରେ ଆସିଛନ୍ତି । କାରଣ ସୋନୁଙ୍କୁ ଫ୍ରଡ କହୁଥିବା ଏକ ଟ୍ବିଟକୁ ଲାଇକ କରି ସୋନୁଙ୍କ ଫ୍ୟାନ୍ସଙ୍କ ରାଗର ଶିକାର ହୋଇଛନ୍ତି ସେ ।
କଥାଟି ହେଲା ଯେ ସୋମବାର ଜଣେ ୟୁଜର ଏକ ବିଜ୍ଞାପନ ଟ୍ବିଟରରେ ସେୟାର କରିଥିଲେ । ଯେଉଁଥିରେ ସୋନୁ ଅକ୍ସିଜେନ କନ୍ସଷ୍ଟ୍ରେଟରକୁ ପ୍ରମୋଟ କରୁଥିବାର ନଜର ଆସୁଛନ୍ତି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା । ଏହାକୁ ପୋଷ୍ଟ କରି ସୋନୁଙ୍କୁ ଟାର୍ଗେଟ କରିଥିଲେ ସେହି ୟୁଜର ।
ଆଉ ଲେଖିଥିଲେ, ‘ଏହା ଏପରି ଜଣେ ଠକ ବ୍ୟକ୍ତି ଯେ ଏହି ସଙ୍କଟ ସମୟରେ 2 ଲକ୍ଷ ଅମ୍ଳଜାନ ଏକାଗ୍ରତା ବିଜ୍ଞାପନ କରି ଟଙ୍କା ରୋଜଗାର କରୁଛନ୍ତି ।’ ସେପଟେ ଏହି ଟ୍ବିଟ ଭାଇରାଲ ହେବା ମାତ୍ରେ କଙ୍ଗନା ଲାଇକ କରିଥିଲେ । ଯାହା ସୋନୁଙ୍କ ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନାହିଁ ।
ଫ୍ୟାନ୍ସଙ୍କ ଅନୁଯାୟୀ ସୋନୁ ଗତ ବର୍ଷରୁ ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ଏବର୍ଷ ମଧ୍ୟ ତାଙ୍କ ଏହି ମହାନ କାର୍ଯ୍ୟ ଜାରି ରଖିଛନ୍ତି । ଆଉ କଙ୍ଗନା ଏପରି ଟ୍ବିଟକୁ ଲାଇକ କରି ସୋନୁଙ୍କ ଅପମାନ କରିଛନ୍ତି ।