ETV Bharat / sitara

ଭାଇ-ଭଉଣୀଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଲେ କୁଇନ

author img

By

Published : Feb 2, 2021, 12:39 PM IST

ନୂଆ ଏକ କାରଣ ପାଇଁ ଲାଇମଲାଇଟରେ କଙ୍ଗନା । ଏଥର ସେ ଭାଇ-ଭାଉଣୀଙ୍କ ନାଁରେ କରିଛନ୍ତି ମହଙ୍ଗା ସମ୍ପତ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ସବୁବେଳେ ବିବାଦୀୟ ବୟାନ ପାଇଁ ସମାଲୋଚନାର ଶିକାର ହୋଇଥିବା କୁଇନ କଙ୍ଗନା ରଣାୱତଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସେ ଭଲ ଭଉଣୀ ବୋଲି ପୁଣିଥରେ ସାବ୍ୟସ୍ତ କରିଛନ୍ତି । କାରଣ ଭାଇ-ଭଉଣୀଙ୍କୁ ଦେଇଛନ୍ତି ମହଙ୍ଗା ଉପହାର । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିଜ ବଡ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ଓ ସାନ ଭାଇ ଅକ୍ଷତଙ୍କୁ ବିଳାସପୂର୍ଣ୍ଣ ଫ୍ଲାଟ ଗିଫ୍ଟ କରିଛନ୍ତି । ସେହିପରି ଚଣ୍ଡିଗଡରେ କଜନ ଭାଇଙ୍କ ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ କିଣିଛନ୍ତି ।

ପାଖାପାଖି 4 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭାଇ-ଭଉଣୀଙ୍କୁ ଖୁସ୍ କରିବା ପାଇଁ । କଙ୍ଗନାଙ୍କ ସମ୍ପର୍କୀୟଙ୍କ ଅନୁଯାୟୀ ଅଭିନେତ୍ରୀ ସବୁବେଳେ ପରିବାର ସହ ଛିଡା ହୋଇଆସୁଛନ୍ତି । ସେ ଦୁଃଖ, ସୁଖରେ ସମସ୍ତଙ୍କୁ ସହଯୋଗ କରନ୍ତି । ସେ ପୂର୍ବରୁ ମଧ୍ୟ ପରିବାର ପାଇଁ ଅନେକ କାର୍ଯ୍ୟ କରିସାରିଛନ୍ତି ।

ଏହାବ୍ୟତୀତ ଏବର୍ଷ କଙ୍ଗନାଙ୍କ ବ୍ୟାକ ଟୁ ବ୍ୟାକ ରିଲିଜ ହେବାକୁ ଯାଉଛି ଫିଲ୍ମ । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ତେଜସ’, ‘ଧାକଡ’ ଭଳି ଫିଲ୍ମ । ଫିଲ୍ମକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.