ETV Bharat / sitara

ପୁଣି କଙ୍ଗନାଙ୍କ ଟାର୍ଗେଟରେ ହ୍ରିତିକ

author img

By

Published : Jun 24, 2020, 7:48 PM IST

ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ କଙ୍ଗନା । ଏଥର ସେ ପରିବାରବାଦ ନୁହେଁ ବରଂ ନିଜ ଏକ୍ସବୟଫ୍ରେଣ୍ଡ ତଥା ସୁପରଷ୍ଟାର ହ୍ରିତିକ ଓ ତାଙ୍କ ପିତାଙ୍କ ବିଷୟରେ ସମାଲୋଚନା କରିଛନ୍ତି ।

Breaking News

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ଓ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ବିବାଦ ବଲିଉଡର ସବୁଠାରୁ ଚର୍ଚ୍ଚିତ ବିବାଦ ମଧ୍ୟରୁ ଅନ୍ୟତମ । ଏହା ଏମିତି ଝଗଡା ଯାହା ବର୍ଷ, ଦୁଇବର୍ଷ ମଧ୍ୟରେ ରହି ରହି ଚର୍ଚ୍ଚାର ବିଷୟ ପାଲଟିଥାଏ । ସେପଟେ କିଛି ଦିନ ହେବ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ପରିବାରବାଦ ସମସ୍ୟା ସୃଷ୍ଟି ହୋଇଛି । ଯାହାର ସମର୍ଥନ କରି କଙ୍ଗନା ଅନେକ ପ୍ରତିକ୍ରିୟା ହେଇସାରିଛନ୍ତି । ଆଉ ଏବେ ସେ ହ୍ରିତିକଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ । ଏଥର ସେ ହ୍ରିତିକଙ୍କ ପିତା ତଥା ନିର୍ମାତା ରାକେଶ ରୋଶନଙ୍କ ଉପରେ ବୟାନ ଦେଇଛନ୍ତି ।

ଏକ ସାକ୍ଷାତକାରରେ କଙ୍ଗନା ନିଜ ଜୀବନ ବିଷୟରେ ଆଲୋଚନା କରି କହିଥିଲେ ଯେ ତାଙ୍କୁ ଏକଦା ଟଙ୍କା ଲୋଭି ମହିଳା କୁହାଯାଇଥିଲା । ହେଲେ ସେ ଆଜି ଗର୍ବ ଅନୁଭବ କରୁଛନ୍ତି ଯେ ମୁମ୍ବାଇରେ ନିଜର ଏକ ଶାନଦାର ଘର ଅଫିସ ଅଛି । କିନ୍ତୁ ତାଙ୍କ ଏକ୍ସ ବୟଫ୍ରେଣ୍ଡ(ହ୍ରିତିକ) ଭଡାଟିଆ ଘରେ ରହୁଛନ୍ତି । ଯ।ହାର ଭଡା ତାଙ୍କ ପିତା ଭରୁଛନ୍ତି ।

‘ମୁଁ ମୋ ସଂଘର୍ଷମୟ ଯାତ୍ରା ଦେଖି ଏବେ ଗର୍ବିତ ଅନୁଭବ କରୁଛି । ମୁଁ କ୍ୟାରିୟର ଆରମ୍ଭ ସମୟରେ ଟଙ୍କାକୁ ନେଇ କେବେ ଚିନ୍ତା କରିନଥିଲି । ହେଲେ ଯେବେ ହ୍ରିତିକଙ୍କ ସହ ବିବାଦ ହେଲା ସମସ୍ତେ ମତେ କହିଲେ ଛୋଟ ସହର ଝିଅ ବୋଲି ଟଙ୍କା ପଛରେ ଦୌଡି ଜଣେ ସୁପରଷ୍ଟାରଙ୍କୁ ବଦନାମ କରୁଛି । ହେଲେ ଆଜି ସେହିମାନେ ଦେଖିପାରୁଛନ୍ତି ମୁଁ ନିଜ ଦମରେ ସବୁ କିଛି ହାସିଲ କରିଛି’ ବୋଲି କହିଛନ୍ତି କଙ୍ଗନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.