ମୁମ୍ବାଇ: ବି-ଟାଉନ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ କିଛି ମାସରୁ କ୍ରମାଗତ ଭାବେ ସାମାଜିକ ଓ ରାଜନୀତି ପ୍ରସଙ୍ଗ ଉପରେ ବିନ୍ଦାସ ଜବାବ ଦେବାରେ ଲାଗିଛନ୍ତି । ସେ ବଲିଉଡରେ ଚାଲିଥିବା ପରିବାରବାଦଠୁ ନେଇ କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁଥିରେ ପ୍ରତିକ୍ରିୟା ରଖିଛନ୍ତି । ନିକଟରେ କୃଷକ ଆନ୍ଦୋଳନରେ କରିଥିବା ଏକ ବିବାଦୀୟ ଟ୍ବିଟ ପାଇଁ ସମାଲୋଚନାର ଶିକାର ମଧ୍ୟ ହୋଇସାରିଛନ୍ତି । ହେଲେ ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ସେ ନିଜକୁ ପିଲାବେଳୁ ବଡ ହୋଇଯାଇଥିବା କଥା କହିଛନ୍ତି ।
କଥାଟି ହେଲା ଯେ ସେ ଟ୍ବିଟରରେ ନିଜର ପିଲାବେଳେ ଫଟୋ ପୋଷ୍ଟ କରି ଜଣାଇଛନ୍ତି ସେ କମ୍ ବୟସରୁ ମଧ୍ୟ ବଡ ମଣିଷ ଭଳି ଚିନ୍ତା କରୁଥିଲେ । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ପିଲାବେଳେ ମୁଁ ପିଲାମାନଙ୍କ ସହିତ ଖେଳିବା ମୋର ମନେ ନାହିଁ, ତଥାପି ମୋର ପ୍ରିୟ ଜିନିଷ ଥିଲା ମୋର ପୋଷାକ ପାଇଁ ଫ୍ୟାନ୍ସି ଗାଉନ୍, ପୋଷାକ ତିଆରି କରିବା ଏବଂ ମୁଁ ଘଣ୍ଟା ଘଣ୍ଟା ଚିନ୍ତା କରିବାକୁ ଭଲ ପାଉଥିଲି, ତେଣୁ ଗଭୀର ଚିନ୍ତିତ ପରିପକ୍ବ ଆଖି ଥିଲା ମୋ ପାଖରେ । କିଛି ଏମିତି ପିଲା ଥାଆନ୍ତି ଯିଏ କମ୍ ବୟସରେ ବଡ ମଣିଷ ପରି ଚିନ୍ତା କରନ୍ତି । ମୁଁ ତାଙ୍କ ମଧ୍ୟରୁ ଅନ୍ୟତମ ।’
-
As a child I don’t remember playing with children, even then my favourite thing to do was to make fancy gowns, and clothes for my dolls and I loved to contemplate for hours on end, hence the deep thoughtful mature eyes, unfortunately some of us are born old and I am one of those. pic.twitter.com/JyRJHFae12
— Kangana Ranaut (@KanganaTeam) December 7, 2020 " class="align-text-top noRightClick twitterSection" data="
">As a child I don’t remember playing with children, even then my favourite thing to do was to make fancy gowns, and clothes for my dolls and I loved to contemplate for hours on end, hence the deep thoughtful mature eyes, unfortunately some of us are born old and I am one of those. pic.twitter.com/JyRJHFae12
— Kangana Ranaut (@KanganaTeam) December 7, 2020As a child I don’t remember playing with children, even then my favourite thing to do was to make fancy gowns, and clothes for my dolls and I loved to contemplate for hours on end, hence the deep thoughtful mature eyes, unfortunately some of us are born old and I am one of those. pic.twitter.com/JyRJHFae12
— Kangana Ranaut (@KanganaTeam) December 7, 2020
ସେପଟେ ଶନିବାର ସେ ନିଜ ଅପକମିଂ ଫିଲ୍ମ ‘ଥଲାଇଭି’ର ସୁଟିଂ ସେଟରୁ ଏକ ଫଟୋ ପୋଷ୍ଟ କରିଥିଲେ । ବର୍ତ୍ତମାନ ସେ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ‘ଥଲାଇଭି’ରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ସେ ।
@IANS