ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ମୁମ୍ବାଇ ପୋଲିସ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କୁ ପଚରାଉଚରା କରିବାରେ ଲାଗିଛି । ଏଯାବତ ପୋଲିସ 40ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ରବିବାରରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଥିଲେ ଯେ ଆବଶ୍ୟକ ପଡିଲେ ନିର୍ମାତା କରନ ଜୋହରଙ୍କ ମ୍ୟାନେଜରଙ୍କ ବୟାନ ରେକର୍ଡ କରାଯିବ । ଏହି ମାମଲାରେ ଏବେ ବି-ଟାଉନର କୁଇନ କଙ୍ଗନା ରଣାୱତ ରାଗିଯାଇଛନ୍ତି ।
କରନଙ୍କ ପରିବର୍ତ୍ତେ ତାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରିବା କଥାରେ କ୍ରୋଧିତ ନଜର ଆସୁଛନ୍ତି କଙ୍ଗନା । ସେ ପୋଲିସକୁ ଟାର୍ଗେଟ କରି ଅନେକ କଥା କହିଛନ୍ତି । ଏହାକୁ ଆଧାର କରି ତାଙ୍କ ସୋସିଆଲ ମିଡିଆ ଟିମ ଏକ ଟ୍ବିଟ ମଧ୍ୟ କରିଛନ୍ତି ।
ଯେଉଁଥିରେ କଙ୍ଗନା ଅଭିଯୋଗ ଲଗାଇଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁର ମଜାକ ଉଡାଉଛି ପୋଲିସ । ସେହିପରି ତାଙ୍କ ଟ୍ବିଟରେ ଲେଖାଯାଇଛି, ‘ତେବେ କରନ ଜୋହରଙ୍କ ମ୍ୟାନେଜରକୁ ପୋଲିସ ସମନ ପଠାଇଛି। ହେଲେ ଆଦିତ୍ୟ ଠାକରେଙ୍କ ବେଷ୍ଟଫ୍ରେଣ୍ଡ କରନ ଜୋହରଙ୍କୁ ନୁହେଁ । ସୁଶାନ୍ତଙ୍କ ହତ୍ୟାରେ ମଜାକ କରୁଛି ମୁମ୍ବାଇ ପୋଲିସ । ଯାହାକୁ ବନ୍ଦ କରିବାକୁ ଦରକାର। ସମନ ଜାରି କରିବାରେ ପୋଲିସ ଲଜ୍ୟାଜନକ କାମ କରିଛି । କଙ୍ଗନାଙ୍କୁ ସମନ ପଠାଯାଇଛି ତାଙ୍କ ମ୍ୟାନେଜରଙ୍କୁ ନୁହେଁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୁଅଙ୍କ ବେଷ୍ଟଫ୍ରେଣ୍ଡଙ୍କ ମ୍ୟାନେଜରଙ୍କୁ ସମନ ପଠାଗଲା । ହେଲେ କଣ ପାଇଁ ? ସାହେବକୁ କୌଣସି ସମସ୍ୟା ନହେଉ ଏଥି ପାଇଁ।’
-
How can @MumbaiPolice display blatantly shameless nepotism even in issuing summons? Kangana has been issued summon not her manager but Chief Minister’s son’s best friend’s manager is called for questioning, why? saheb ko pareshani na ho issliye?
— Team Kangana Ranaut (@KanganaTeam) July 26, 2020 " class="align-text-top noRightClick twitterSection" data="
">How can @MumbaiPolice display blatantly shameless nepotism even in issuing summons? Kangana has been issued summon not her manager but Chief Minister’s son’s best friend’s manager is called for questioning, why? saheb ko pareshani na ho issliye?
— Team Kangana Ranaut (@KanganaTeam) July 26, 2020How can @MumbaiPolice display blatantly shameless nepotism even in issuing summons? Kangana has been issued summon not her manager but Chief Minister’s son’s best friend’s manager is called for questioning, why? saheb ko pareshani na ho issliye?
— Team Kangana Ranaut (@KanganaTeam) July 26, 2020
ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ କଙ୍ଗନା କ୍ରମାଗତ ଭାବେ ବଲିଉଡ ଉପରେ ଅନେକ ଅଭିଯୋଗ ଲାଇସାରିଲେଣି । ସେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଅନେକ ସେଲିବ୍ରିଟିଙ୍କୁ ଏହା ପାଇଁ ଦାୟୀ ମଧ୍ୟ କରୁଛନ୍ତି।