ETV Bharat / sitara

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ହିମାନି, କହିଲେ ଦୁଃଖ - କୋରୋନାର ପ୍ରଭାବ କଳା ଜଗତରେ

ଏକ ସାକ୍ଷାତକାରରେ ଟିଭି ଇଣ୍ଡଷ୍ଟ୍ରିର ଆୟ ବିଷୟରେ କହି ଚର୍ଚ୍ଚାରେ ହିମାନି । ଏହାସହ ଜଣାଇଲେ ନିଜ ଆର୍ଥିକ ସମସ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 18, 2021, 10:10 AM IST

ମୁମ୍ବାଇ: କୋରୋନାର ପ୍ରଭାବ କଳା ଜଗତରେ ଦେଖିବାକୁ ମିଳୁଛି । ଏହାର ପ୍ରକୋପରୁ କଳାକାରଙ୍କୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନ ସିରିୟଲ ଓ ଫିଲ୍ମର ସୁଟିଂ ସବୁ ବନ୍ଦ ଅଛି । ଯାହାଦ୍ବାରା ପ୍ରଭାବିତ ହେଉଛନ୍ତି ଅନେକ କଳାକାର । ସେହିପରି ବରିଷ୍ଠ କଳାକାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାତରେ କାମ ନଥିବାରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଯାହାର ଦୁଃଖ ବଖାଣିଛନ୍ତି ଅଭିନେତ୍ରୀ ହିମାନି ଶିବପୁରୀ ।

ସେହିପରି କଳାକାରଙ୍କ ଅର୍ଥନୈତିକ ଗଠନରେ କିଛି ପରିବର୍ତ୍ତନ କରିବାକୁ ହିମାନି ଦାବି କରିଛନ୍ତି । ଯାହା ଦ୍ବାରା ସେମାନଙ୍କୁ ଆବଶ୍ୟକ ସମୟରେ ବିଚଳିତ ହେବାକୁ ପଡିବନି । ଏହାବ୍ୟତୀତ ସେ ଆହୁରି କହିଛନ୍ତି, ‘ଏହା ବହୁତ କଷ୍ଟକର । କଳାକାରଙ୍କ ପାଇଁ, ବିଶେଷତଃ ଯେଉଁମାନେ ବୃଦ୍ଧ, ଆମେ କାର୍ଯ୍ୟ କରିବା ସମୟରେ ହିଁ ରୋଜଗାର କରୁ । କିନ୍ତୁ ବର୍ତ୍ତମାନ ସବୁ ବନ୍ଦ ହୋଇଯାଇଛି । ଯାହା ଆମ ପାଇଁ ସଂଘର୍ଷ । ଆମ ପାଖରେ ଅନ୍ୟ ଉପାୟ ମଧ୍ୟ ନାହିଁ। ଲୋକେ ଏହାକୁ ଇଣ୍ଡଷ୍ଟ୍ରି କୁହନ୍ତି, କିନ୍ତୁ ଏହାକୁ ଫିଲ୍ମ ଇଣ୍ଡଷ୍ଟ୍ରିର ମାନ୍ୟତା ଦିଆଯାଇନାହିଁ କିମ୍ବା ସେପରି କାମ କରାଯାଉନାହିଁ । କାମ ଅଭାବ ହେତୁ ଆମର ରୋଜଗାର ଶୂନ ତେବେ ଏହା କଣ ଆମର ଦୋଷ କି?’

ଗତ ଏକ ବର୍ଷରୁ ଟିଭି ଇଣ୍ଡଷ୍ଟ୍ରିରେ ଆୟ ବହୁତ କମ୍ ହେଉଛି । ଯାହା ବହୁତ ଦୁଃଖଦାୟକ । ହୁଏତଃ ଆମେ ଏତେ ଖରାପ ଅବସ୍ଥାରେ ନାହୁ ତଥାପି ସଂଘର୍ଷମୟ ଜୀବନ ବଞ୍ଚୁଛୁ। କାରଣ ଆମ ପାଖରେ କୌଣସି ପ୍ରୋଭିଡେଣ୍ଟ ଫଣ୍ଡ ନାହିଁ, କୌଣସି କେୟାର ଫଣ୍ଡ ଭଳି କିଛି ମଧ୍ୟ ନାହିଁ । ଯାହାକୁ ଆମେ ଘଡିସନ୍ଧି ମୁହୂର୍ତ୍ତରେ ବ୍ୟବହାର କରିପାରିବୁ । ଏସବୁ ନଥିବାରୁ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି କହିଛନ୍ତି ହିମାନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.