ମୁମ୍ବାଇ: ଦୀର୍ଘ ସମୟ ପରେ ସୁନ୍ଦରୀ ଅଭିନେତ୍ରୀ ଜେନେଲିଆ ଡିସୋଜା ପୁଣିଥରେ ଅଭିନୟ ଜଗତକୁ ଫେରିଛନ୍ତି । ସେ ସ୍ବାମୀ ତଥା ଅଭିନେତା ରିତେଶ ଦେଶମୁଖଙ୍କ ସହ ରିୟାଲିଟି ଶୋ ‘ଲେଡିଜ୍ ଭସେସ୍ ଜେଣ୍ଟେଲମ୍ୟାନ’ରେ ବର୍ତ୍ତମାନ ନଜର ଆସୁଛନ୍ତି । ଇତିମଧ୍ୟରେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ସେ ମା'ଙ୍କ ବର୍ଥଡେକୁ ସ୍ପେଶାଲ କରିବା ପାଇଁ ଏକ ପ୍ରାଇସଲେସ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହ ସେ ଲେଖିଛନ୍ତି ଭାବୁକଭରା ନୋଟ୍ ।
ଇନଷ୍ଟାଗ୍ରାମରେ ମା'ଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ମା'ଙ୍କୁ ବହୁତ ଭଲ ପାଏ ଯେତେବେଳେ ମୁଁ ମୋ ଜୀବନ ବିଷୟରେ ଚିନ୍ତା କରେ, ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହୁଏ ଯେ କେତେ ଘଟଣା ଘଟିଛି ଜୀବନରେ । ଯେତେବେଳେ ମୁଁ ମୋର ବୃତ୍ତି ବିଷୟରେ ଚିନ୍ତା କରେ, ଏହା ଏକ ଦୂର ସ୍ବପ୍ନ ପରି ଲାଗେନାହିଁ କାରଣ ମା' ମୋ ପାଖରେ ଥାଆନ୍ତି । ମୁଁ ମଧ୍ୟବିତ୍ତ ପରିବାରରୁ ଆସିଥିଲି । ଆଉ ମତେ ଏକ ଭୂମିକା ପ୍ରଦାନ କରାଯାଇଥିଲା ।
- " class="align-text-top noRightClick twitterSection" data="
">
- " class="align-text-top noRightClick twitterSection" data="
">
ସେହିସମୟରେ ମା' ମୋର ଏହାକୁ ଏକ ସୁଯୋଗ ଭାବରେ ଦେଖୁଥିଲେ, ସେଟ୍ରେ ମୋ ସହିତ ରହିବାକୁ ନିଜ ଚାକିରି ଛାଡିଥିଲେ ଏବଂ ମୋ କ୍ୟାରିୟରର ଯତ୍ନ ନେଉଥିଲେ । ହେଲେ ଫିଲ୍ମ ଦୁନିଆ ବିଷୟରେ ସେ ଅଧିକ ଜାଣିନଥିଲେ । ଯେଉଁଠାରେ ସନ୍ତାନସନ୍ତତି ବିଷୟରେ ଚିନ୍ତା କରାଯାଏ, ଏହି ଦୁନିଆରେ ମୁଁ ମୋ ମାଠାରୁ ଅଧିକ ବିଶ୍ବାସ କାହାକୁ କରେ ନାହିଁ ଏବଂ ତାଙ୍କ ପରି ଯତ୍ନବାନ ହାତ କାହା ପାଖରେ ଦେଖେନାହିଁ । ହାପି ବର୍ଥଡେ ମାମା ।’
ପ୍ରକାଶ ଥାଉକି ନିକଟରେ ଜେନେଲିଆ ଓ ରିତେଶ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ନଜର ଆସିଥିଲେ । ସେମାନଙ୍କୁ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ନୂଆ ରେଷ୍ଟୁରାଣ୍ଟରେ ଖାଦ୍ୟର ସ୍ବାଦ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।