ମୁମ୍ବାଇ: ରବିବାର ସକାଳେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ‘ଗନ୍ଦୀ ବାତ୍’ ଅଭିନେତ୍ରୀ ଗେହାନା ବାସିଷ୍ଟ ଓ ଅନ୍ୟ ଚାରିଜଣଙ୍କୁ ଅଶ୍ଳୀଳ ଭିଡିଓ ସୁଟିଂ ଏବଂ ଅପଲୋଡ୍ ଅଭିଯୋଗରେ ଗିରଫ କରିଛି। ବାସିଷ୍ଟ, ଯାହାଙ୍କ ପ୍ରକୃତ ନାମ ବନ୍ଦନା ତିୱାରୀ ସୋମବାର କୋର୍ଟରେ ହାଜର ହେବେ ।
ଅଶ୍ଳୀଳ ବ୍ୟବସାୟରେ ଲିପ୍ତ ଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ମୁମ୍ବାଇ ପୋଲିସ । ବାସିଷ୍ଟ 87 ଟି ଭିଡିଓ ସୁଟ୍ କରି ନିଜ ୱେବସାଇଟରେ ପୋଷ୍ଟ କରିଛନ୍ତି ଯେଉଁଥିରେ ସବସ୍କ୍ରିପସନ୍ ମଧ୍ୟ ଆବଶ୍ୟକ ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।
ପୋଲିସର ସୂଚନାନୁସାରେ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି ସେମାନଙ୍କୁ ଦୁଇ ହଜାର ଟଙ୍କା ଦେବାକୁ ପଡିବ । ବଲିଉଡରେ କାମ କରିବାକୁ ଚାହୁଁଥିବା ଝିଅଙ୍କର ଏକ ତାଲିକା ମଧ୍ୟ ପୋଲିସ ଉଦ୍ଧାର କରିଛି। ଯେଉଁମାନଙ୍କୁ ମିଛ ପ୍ରତିଶୃତି ଦେଇ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ।