ମୁମ୍ବାଇ: କିଛି ଦିନରୁ ଫେମସ ଅଭିନେତ୍ରୀ ତଥା ମଡେଲ ଗୌହର ଖାନଙ୍କୁ ନେଇ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଯେ ସେ ଖୁବଶୀଘ୍ର କଥିତ ବୟଫ୍ରେଣ୍ଡ, କୋରିଓଗ୍ରାଫର ଜୈଦ୍ ଦରବାରଙ୍କୁ ବିବାହ କରିବେ । ହେଲେ ନିକଟରେ ଏହାକୁ ଖଣ୍ଡନ କରି ଏହି ଖବର ଉପରେ ଫୁଲଷ୍ଟପ୍ ଲଗାଇଥିବା ଗୌହର । ହେଲେ ଏବେ ସୋସିଆଲ ମିଡିଆରେ କିନ୍ତୁ ଜୈଦ୍ଙ୍କ ପାଇଁ ନିଜ ପ୍ରେମ ପ୍ରକାଶ କରିଛନ୍ତି । ଯାହାକୁ ନେଇ ପୁଣି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ଶନିବାର ଜୈଦ୍ଙ୍କ ଜନ୍ମଦିନ । ଏହି ଖାସ୍ ଅବସରରେ ଗୌହର ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି । ଆଉ ସେଥିରେ ନିଜ ପ୍ରେମ ପ୍ରକାଶ କରି ଲେଖିଛନ୍ତି, ‘ଜୈଦ୍ ତୁମ ପାଇଁ ଆଶୀର୍ବାଦ ଯେ ତୁମ ଜୀବନରେ ସବୁ ସୁଖ, ସ୍ବାସ୍ଥ୍ୟ, ଧନ ଏବଂ ସଫଳତାରେ ପରିପୂର୍ଣ୍ଣ ହେଉ। ଆମିନ୍ । ଜୈଦ୍ ଏବର୍ଷ ତୁମ ପାଇଁ ଶାନଦାର ସାବ୍ୟସ୍ତ ହେଉ । କାରଣ ତୁମେ ଜଣେ ଭଲ ମଣିଷ । ମତେ ହସାଇବାର କାରଣ ହେବା ପାଇଁ ଆଉ ମତେ ବିରକ୍ତ କଲାବେଳେ ମୁଁ ତୁମକୁ ମିଛି ମିଛି ମାରୁଥିବା ପର୍ଯ୍ୟନ୍ତ। ମୁଁ ଆପଣଙ୍କ ସହ ଥିବାବେଳେ ସବୁ କିଛି ଭୁଲିଯାଏ । ମୁଁ ଫଟୋ କ୍ଲିକ କରିବା ସମୟରେ ତୁମେ ମୋ କେଶ ସଜାଡି ଦିଏ। ତୁମର ଏହି ଗୁଣ ସବୁବେଳେ ତୁମକୁ ଭିନ୍ନ କରୁଛି । ମୁଁ ସର୍ବଦା ତୁମ ପାଇଁ ହୃଦୟରୁ ପ୍ରାର୍ଥନା କରିବି। ହାପି ବର୍ଥଡେ ।’
ଏହି ପୋଷ୍ଟ ବ୍ୟତୀତ ଜୈଦ୍ଙ୍କ ବର୍ଥଡେ ସେଲିବ୍ରେଶନର ସ୍କିନସଟ୍ ମଧ୍ୟ ସେୟାର କରିଛନ୍ତି ଗୌହର । ପ୍ରକାଶ ଥାଉକି ବଲିଉଡର ଲୋକପ୍ରିୟ ସଙ୍ଗୀତ କମ୍ପୋଜ ଇସ୍ମାଇଲ ଦରବାରଙ୍କ ପୁଅ ଜୈଦ୍ । ନିଜ କ୍ୟାରିୟର କୋରିଓଗ୍ରାଫରେ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ