ETV Bharat / sitara

ଦୁର୍ବ୍ୟବହାର ସହ କାଷ୍ଟିଂ କାଉଚର ଶିକାର ଫାତିମା, ବଖାଣିଲେ ଦୁଃଖ

ସଂଘର୍ଷ ସମୟରେ ବଲିଉଡରେ କାଷ୍ଟି କାଉଚର ସାମ୍ନା କରିଥିଲେ ଫାତିମା । ଅଧିକ ପଢନ୍ତୁ...

author img

By

Published : Apr 27, 2021, 2:16 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୋସିଆଲ ମିଡିଆକୁ ବାଏ ବାଏ କହି ଫ୍ୟାନ୍ସଙ୍କୁ ନିରାଶ କରିଥିବା ଫାତିମା ସନା ଶେଖ ବର୍ତ୍ତମାନ ନିଜ ସହ ଘଟିଥିବା କିଛି କାହାଣୀ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ । ସେ ରାସ୍ତାରେ ଦୁର୍ବ୍ୟବହାର ସହିବା ସହ ବଲିଉଡରେ କାଷ୍ଟିଂ କାଉଚର ଶିକାର ମଧ୍ୟ ହୋଇଛନ୍ତି ବୋଲି ଜଣାଇଛନ୍ତି ।

ତେବେ କଥାଟି ହେଲା ଯେ ଏକ ସାକ୍ଷାତକାରରେ ନିଜ ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ କିଛି ବର୍ଷ ପୂର୍ବେ ଏକଦା ମୁଁ ଜିମରୁ ଘରକୁ ଫେରୁଥିଲି । ଜଣେ ପୁଅ ମୋ ପାଖକୁ ଆସି ବାରମ୍ବାର ମତେ ଦେଖୁଥିଲା । ଆଉ ଯେତେବେଳେ ମୁଁ ତାକୁ ପଚାରିଲି ସେ କଣ ପାଇ ଦେଖୁଛି। ସେ କହିଥିଲା ତା ଇଚ୍ଛା । ଏହା ଶୁଣି ମୁଁ କ୍ରୋଧିତ ହୋଇଯାଇ ତାକୁ ରାସ୍ତାରେ ଶକ୍ତ ଚାପୁଡା ମାରିଥିଲି । ସେ ପୁଅ ମଧ୍ୟ ମୋ ମୁହଁକୁ ଗୋଟିଏ ପଞ୍ଚ୍ ମାରିବାରୁ ମୁଁ ପଡିଗଲି । ଆଉ ପରେ ମୋ ବାପାଙ୍କୁ ଡକାଇଲି । ମୋ ବାପା ଆସି କହିଥିଲେ କାହାର ଏତେ ସାହାସ ହେଲା ମୋ ଝିଅ ଉପରୁ ହାତ ଉଠାଇବା ପାଇଁ ।’

ସେହିପରି ସେ ବଲିଉଡରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ । ଯାହା ବିଷୟରେ ସେ କହିଛନ୍ତି, ‘କ୍ୟାରିୟର ଆରମ୍ଭ କରିବା ସମୟରେ ମତେ ସଂଘର୍ଷ କରିବାକୁ ପଡିଥିଲା । ଆଉ ଇଣ୍ଡଷ୍ଟ୍ରିରେ କାମ ପାଇବା ପାଇଁ ମତେ ମେକର୍ସଙ୍କ ସହ ଯୌନ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଅନେକ ଥର ମୋ ସହ ଏପରି ହେବାରୁ ମୁଁ ନିରାଶ ହୋଇଯାଇଥିଲି । ଏମିତି କିଛି ସମୟ ଆସିଛି ଯେଉଁଠାରେ ମୁଁ ଜାଣିବାକୁ ପାଇଥିଲେ ମେକର୍ସଙ୍କୁ ମନା କରିବା ଦ୍ବାରା ମତେ ସେହି ଫିଲ୍ମରୁ ବାହାର କରିଦିଆଯାଇଥିଲା । ଯାହା କଷ୍ଟଦାୟକ ଥିଲା ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.