ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଏବଲିନ୍ ଶର୍ମା । ଗତ ଦୁଇ ମାସ ତଳେ ଅର୍ଥାତ୍ ମେ 15 ତାରିଖରେ ନିଜ ବୟଫ୍ରେଣ୍ଡ ତୁଷାନ ଭିଣ୍ଡଙ୍କୁ ସେ ବିବାହ କରିଥିଲେ । ବର୍ତ୍ତମାନ ସେ ବହୁତ ଶୀଘ୍ର ନିଜ ଘରକୁ ନୂଆ ମେମ୍ବରକୁ ୱେଲକମ୍ କରିବାକୁ ଯାଉଛନ୍ତି । ତେବେ ଏକ ଇଣ୍ଟରଭ୍ୟୁରେ ସେ ଏହାର ଖୁଲାସା କରିଛନ୍ତି ।
ସୋମବାର ଏବଲିନଙ୍କ ବର୍ଥ ଡେ । ଯାହାକୁ ନେଇ ସେ କହିଛନ୍ତି ମା’ ହେବା ତାଙ୍କ ପାଇଁ ଏଥର ବେଷ୍ଟ ବର୍ଥ ଡେ ଗିଫ୍ଟ । ଏଥିସହ ସେ ନିଜର ଖୁସି ପ୍ରକାଶ କରି କହିଛନ୍ତି, ଆଗକୁ ଆସୁଥିବା ପ୍ରତିଟି ମୁହୂର୍ତ୍ତକୁ ଆମେ ଅପେକ୍ଷା କରିଛୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ