ETV Bharat / sitara

ମୋଦିଙ୍କୁ କଳିଯୁଗ ରାମ କହିଲେ ମାତା ସୀତା

author img

By

Published : May 16, 2020, 10:07 PM IST

ନିଜ ବୟାନକୁ ନେଇ ଚର୍ଚ୍ଚାରେ ‘ରାମାୟଣ’ର ସୀତା । ଏଥର ସେ ଦର୍ଶକଙ୍କୁ କଳିଯୁଗର ରାମ ଓ ରାବଣ ସହ ସାକ୍ଷାତ କରାଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୂରଦର୍ଶନର ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ଏଥିରେ ସମ୍ପୃକ୍ତ ଥିବା କଳାକାର ଏହାର ପୁନଃ ପ୍ରସାରଣ ପରେ ଚର୍ଚ୍ଚାରେ । ଏହି ସିରିୟଲରେ ଅରୁଣ ଗୋବିଲ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସୀତା ଭୂମିକାରେ ନଜର ଆସିଥିଲେ ଦୀପିକା ଚିଖଲିୟା । ସେହିପରି ସୁନୀଲ ଲହରୀ ଲକ୍ଷ୍ମଣ ଭୂମିକାରେ ଶାନଦାର ଅଭିନୟ କରିଥିଲେ । ଇତିମଧ୍ୟରେ ଦୀପିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କଥାଟି ହେଲା ଯେ ଦୀପିକା ନିକଟରେ ଏକ ହିନ୍ଦୀ ୱେବସାଇଟ ସହ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ । ଆଉ ସେହି ସମୟରେ ରାମାୟଣକୁ ପୁଣିଥରେ ଦର୍ଶକଙ୍କ ପକ୍ଷରୁ ମିଳିଥିବା ସ୍ନେହ ଉପରେ ପ୍ରତିକ୍ରିୟା ଦେଇଥିଲେ । ସବୁଠାରୁ ମୁଖ୍ୟ କଥା ହେଲା ଯେ କଳିଯୁଗର ରାମ ଓ ରାବଣ କିଏ ବୋଲି ଜଣାଇଥିଲେ ।

ଲୋଭ ଆଜିର ସମୟରେ ସବୁଠାରୁ ବଡ ରାବଣ । ଆଉ ମୋଦି ଏହି ଯୁଗର ରାମ ବୋଲି ଶାନଦାର ଅନ୍ଦାଜରେ କହିଥିଲେ ଦୀପିକା । ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.