ମୁମ୍ବାଇ:ବର୍ତ୍ତମାନ କୋରୋନାର ବଢୁଥିବା ପ୍ରକୋପ ଦେଖି ସେଲିବ୍ରିଟି ସୋସିଆଲ ମିଡିଆରେ ସଚେତନତା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ବାରମ୍ବାର ଅନୁରୋଧ କରୁଥିବାର ନଜର ଆସୁଛନ୍ତି ଅନେକ କଳାକାର। ଏହାସହ ଦେଶବାସୀଙ୍କ ସେବା ପାଇଁ ଯାହାଦ୍ବାରା ଯାହା ସମ୍ଭବ ତାହା ମଧ୍ୟ କରୁଛନ୍ତି । ଇତିମଧ୍ୟରେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ମାନସିକ ସ୍ବାସ୍ଥ୍ୟ ସମସ୍ତଙ୍କ ଠିକ୍ ରଖିବା ପାଇଁ ହେଲ୍ପଲାଇନ ନଂ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
କାରଣ ସେ ଦୀର୍ଘ ସମୟରୁ ଲିଭ ଲଭ ଲାଫ୍ ଫାଉଣ୍ଡସେନ ଜରିଆରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଉପରେ କାମ କରିଆସୁଛନ୍ତି । ଆଉ ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତାରେ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେ ସାମ୍ନାକୁ ଆସିଛନ୍ତି ।
ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅନେକ ନମ୍ବର ଦେଖିବାକୁ ମିଳୁଛି । ଫୋନ ନଂ ସହ ଇମେଲ ଆଇଡି ମଧ୍ୟ ପୋଷ୍ଟ କରିଛନ୍ତି ସେ । ସେପଟେ ଫ୍ୟାନ୍ସ ମଧ୍ୟ ତାଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।