ETV Bharat / sitara

ନୂଆ ବର୍ଷରେ ଫ୍ୟାନ୍ସଙ୍କୁ ପଦ୍ମାବତୀଙ୍କ ଝଟକା

author img

By

Published : Jan 1, 2021, 11:56 AM IST

ସୋସିଆଲ ମିଡିଆରୁ ଗାଏବ୍ ହୋଇଗଲା ଦୀପିକାଙ୍କ ସବୁ ପୋଷ୍ଟ । ଚିନ୍ତାରେ ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଦୀପିକା ପାଦୁକୋନ ନୂଆ ବର୍ଷରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ ଝଟକା । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । କାରଣ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ତଥା ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ବିଟରର ସବୁ ପୋଷ୍ଟ ଡିଲିଟ କରିଦେଇଛନ୍ତି । ଏହା ଦେଖି ଚିନ୍ତାରେ ସମସ୍ତେ । ନୂଆ ବର୍ଷରେ ତାଙ୍କର ସବୁ ପୋଷ୍ଟ ଗାଏବ୍ ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ମାମଲା ଉପରେ ଦୀପିକାଙ୍କ ତରଫରୁ ଏଯାବତ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ସେପଟେ ଫ୍ୟାନ୍ସଙ୍କ ଅନୁମାନ ଲଗାଉଛନ୍ତି ଯେ ହୁଏତଃ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ହ୍ୟାକ୍ କରିଦେଇଛନ୍ତି । ତେବେ ଦୀପିକା କିଛି ବୟାନ ଦେବାପରେ ହି ଏହାର ଖୁଲାସା ହେବ ।

ପ୍ରକାଶ ଥାଉକି ନ୍ୟୁ ଇୟର ସେଲିବ୍ରେଶନ କରିବା ପାଇଁ ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ରାଜସ୍ଥାନରେ ଅଛନ୍ତି ଦୀପିକା । ନିକଟରେ ଏହି ଯୋଡିକୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯଦି ଦୀପିକାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଫିଲ୍ମରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ପ୍ରଥମଥର ଦେଖାଯିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ । ଏହାବ୍ୟତୀତ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଂ ଫିଲ୍ମ ‘ପଠାନ’ରେ ମଧ୍ୟ ଅଭିନୟ କରିବେ ଦୀପିକା । ଯାହାର ସୁଟିଂ ନିକଟରେ ଆରମ୍ଭ ହୋଇଯାଇଛି । ଏମାସରେ ସୁଟିଂରେ ଯୋଗ ଦେବେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.